fbpx
BSKY SKY
BSKY SKY

(ଦେଖନ୍ତୁ) ୨୦୨୩ ବର୍ଷରେ ଟିମ୍ ଇଣ୍ଡିଆର ଯାତ୍ରା କିପରି ଥିଲା: ବିସିସିଆଇ ଶେୟାର କଲା ହୃଦୟସ୍ପର୍ଶୀ ଭିଡିଓ

BSKY

ନୂଆଦିଲ୍ଲୀ: ୨୦୨୩ ବର୍ଷ ବିଦାୟ ନେଇଛି ଆଉ ନୂଆ ବର୍ଷ ୨୦୨୪ ପାଦ ଥାପିଛି । ୨୦୨୩ ବର୍ଷ ଭାରତୀୟ କ୍ରିକେଟ ଟିମ୍ ପାଇଁ କିପରି ରହିଥିଲା, ତାହା ନିଶ୍ଚିତ ଭାବେ ଆଜି କୋଟି କୋଟି କ୍ରୀଡ଼ପ୍ରେମୀଙ୍କ ମନରେ ସ୍ମରଣୀୟ ହୋଇ ରହିଛି । ତେବେ ଏହା ମଧ୍ୟରେ ୨୦୨୩ ବର୍ଷରେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ହୃଦୟସ୍ପର୍ଶୀ ଭିଡିଓ ଶେୟାର କରାଯାଇଛି ।

ବିସିସିଆଇ ପକ୍ଷରୁ ଶେୟାର କରାଯାଉଥିବା ଉକ୍ତ ଭିଡିଓ ଏବେ ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ କ୍ରୀଡ଼ାପ୍ରେମୀମାନେ ବେଶ୍ ପସନ୍ଦ କରୁଥିବା ଦେଖାଯାଇଛି । ସୋସିଆଲ ମିଡ଼ିଆରେ ୟୁଜର୍ସମାନେ ଏହାକୁ ନେଇ ଅନେକ ପ୍ରତିକ୍ରିୟା ଦେଉଥିବାର ଦେଖାଯାଉଛି । ଗତ ୨୦୨୩ରେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ବିଶ୍ୱକପ ଫାଇନାଲରେ ପହଞ୍ଚିଥିଲେ ହେଁ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲା ।

ଗତ ବର୍ଷ ଭାରତ ଭଲ ପ୍ରଦର୍ଶନ କରିବା ସହିତ ଏସିଆ କପ, ଅନ୍ୟ ସିରିଜରେ ବିଜୟ ହାସଲ କରିଥିଲା । ବିଶ୍ୱକପରେ ମଧ୍ୟ ଟିମ୍ ଇଣ୍ଡିଆର ଶାନଦାର ପ୍ରଦର୍ଶନ କରିଥିଲା । ଫାଇନାଲକୁ ଯିବା ପୂର୍ବରୁ ଭାରତ ବିଶ୍ୱକପରେ ସମସ୍ତ ୧୦ଟି ଯାକ ମ୍ୟାଚରେ ବିଜୟୀ ହୋଇଥିଲା । ଲିଗ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ବେଳେ ଫାଇନାଲରେ ପରାସ୍ତ ହୋଇଥିଲା । ଭାରତର ପରାଜୟକୁ ଆଜି ବି କ୍ରୀଡ଼ାପ୍ରେମୀ ବିଶ୍ୱାସ କରିପାରୁନାହାନ୍ତି ।

Get real time updates directly on you device, subscribe now.