fbpx

IPL 2023 Auction: ନିଲାମରେ ସାମିଲରେ ହେବେ ୪୦୫ ଜଣ ଖେଳାଳି, BCCI ଜାରି କଲା ଲିଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ ମିନି ଅକ୍ସନ ପାଇଁ ଖେଳାଳିଙ୍କ ଲିଷ୍ଟ ଜାରି କରାଯାଇଛି । ଏଥର ୯୯୧ ପଞ୍ଜିକୃତ ଖେଳାଳିଙ୍କ ମଧ୍ୟରୁ ମିନି ଅକ୍ସନ ପାଇଁ ୪୦୫ ଜଣ ଖେଳାଳିଙ୍କ ନାମ ଶର୍ଟ ଲିଷ୍ଟ କରାଯାଇଛି । ଆସନ୍ତା ୨୩ ତାରିଖରେ କୋଚିଠାରେ ଭାରତୀୟ ସମୟ ଦ୍ୱିପ୍ରହର ୨.୩୦ ସମୟରେ ଏହି ନିଲାମୀ ପ୍ରକ୍ରିୟା ଆୟୋଜିତ ହେବ ।

ଚଳିତ ଥର ମିନି ଅକ୍ସନ ପାଇଁ ୭୧୪ ଜଣ ଭାରତୀୟଙ୍କ ସହିତ ମୋଟ ୯୯୧ ଜଣ କ୍ରିକେଟରଙ୍କ ନାମ ପଞ୍ଜିକୃତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜ ୩୬୯ ଜଣ ଖେଳାଳିଙ୍କୁ ଶର୍ଟ ଲିଷ୍ଟ କରିଥିଲେ । ମାତ୍ର ୩୬ ଜଣ ଅତିରିକ୍ତ ଖେଳାଳିଙ୍କୁ ମଧ୍ୟ ସାମିଲ କରିବା ନେଇ ଦାବି କରିଥିଲେ । ଏହି ଖେଳାଳିଙ୍କ ଲିଷ୍ଟରେ ଅଜିଙ୍କ୍ୟ ରାହାଣେ, ମୟଙ୍କ ଅଗ୍ରୱାଲ, ଜୋ ରୁଟ, କେନ ୱିଲିୟମସନ, ଶାକିବ ଅଲ ହସନ, ବେନ ଷ୍ଟୋକସନ, ଈଶାନ୍ତ ଶର୍ମା, ସାମ କରନ, ଲିଟନ ଦାସ, ଜେସନ ହୋଲ୍ଡରଙ୍କ ପରି ବଡ଼ ବଡ଼ ଖେଳାଳି ରହିଥିଲେ ।

ଗତ ସିଜିନ ପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରୁ ୱିଲିୟମସନ ସନରାଇଜର୍ସ ହାଇଦ୍ରାବାଦର ଓ ମୟଙ୍କ ଅଗ୍ରୱାଲ ପଞ୍ଜାବ କିଙ୍ଗସର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ । ଏବେ ଉକ୍ତ ଦୁଇଜଣଙ୍କୁ ସେମାନଙ୍କର ଫ୍ରାଞ୍ଚାଇଜ୍ ରିଲିଜ୍ କରିଦେଇଛି । ଏପରି ଭାବେ ମୋଟ ୪୦୫ ଜଣ ଖେଳାଳିଙ୍କୁ ନିଲାମୀ ପାଇଁ ବିସିସିଆଇ ଶର୍ଟ ଲିଷ୍ଟ କରିଛି । ଏହି ଖେଳାଳିଙ୍କ ମଧ୍ୟରେ ୨୭୩ ଜଣ ଭାରତୀୟ ରହିଥିବା ବେଳେ ୧୩୨ ଜଣ ବିଦେଶୀ ରହିଛନ୍ତି । ଏମାନଙ୍କ ଉପରେ ଫ୍ରାଞ୍ଚାଇଜ୍ ମାନେ ନିଲାମୀ ପ୍ରାଇସ୍ ଡାକିବେ ।

Get real time updates directly on you device, subscribe now.