fbpx

ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’ର ତୃତୀୟ ସଂସ୍କରଣର ଶୁଭାରମ୍ଭ ଘୋଷଣା

Advertisement

ଭୁବନେଶ୍ୱର: ଐତିହାସିକ ସହର ଭୁବନେଶ୍ୱରର ସାଂସ୍କୃତିକ ଐତିହ୍ୟକୁ ଅନୁସନ୍ଧାନ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ଏକ ନିଆରା ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ‘ଏକାମ୍ର ୱାକ୍’ର ତୃତୀୟ ସଂସ୍କରଣର ଶୁଭାରମ୍ଭ କରାଯାଇଛି। ଜାନୁଆରୀ ୨୦ରୁ ଆରମ୍ଭ ହୋଇ ପ୍ରତି ଶୁକ୍ରବାର, ଶନିବାର ଓ ରବିବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ।

‘ମନ୍ଦିର ମାଳିନୀ ସହର’ ଭାବେ ପରିଚିତ ଭୁବନେଶ୍ୱରରେ ଅନେକ ସାଂସ୍କୃତିକ ଓ ଐତିହାସିକ ସମ୍ପତ୍ତି ରହିଛି ଏବଂ ଏକାମ୍ର ୱାକ୍ ସହରର ଅନନ୍ୟ ଆକର୍ଷଣକୁ ପ୍ରଦର୍ଶିତ କରିବା ପାଇଁ ସତର୍କତାର ସହ ପ୍ରସ୍ତୁତ କରାଯାଇଛି। ଏକାମ୍ର ପଦଯାତ୍ରାର ନେତୃତ୍ୱ ନେବେ ଜ୍ଞାନୀ ଓ ଅଭିଜ୍ଞ ଗାଇଡ, ଯେଉଁମାନେ ଭୁନେଶ୍ବରର ଅତୀତର କାହାଣୀକୁ ଉନ୍ମୋଚନ କରିବେ।

ଏଥର ପ୍ରକୃତି ର ପଦଯାତ୍ରା (ଡେରାସ ଓ ନନ୍ଦନକାନନର ତିନୋଟି ସ୍ଥାନରେ ଅନୁଷ୍ଠିତ ହେବ), ଆମ ସଂସ୍କୃତି ଆମ ଐତିହ୍ୟ (ଆଦିବାସୀ ସଂସ୍କୃତି ସମେତ ଓଡ଼ିଆ ସଂସ୍କୃତିକୁ ପ୍ରଦର୍ଶିତ କରିବା ପାଇଁ), କୋମଳ ମନର କୌତୁହଳ ଯାତ୍ରା ଏବଂ ଓଡ଼ିଆ ଖାଦ୍ୟ ପସରା ‘ଏକାମ୍ର ୱାକ୍’ ର ମୁଖ୍ୟ ଆକର୍ଷଣ ହେବ ।

ଫେବ୍ରୁଆରି ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ। ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ ହେବାକୁ ଥିବାବେଳେ ଓଡ଼ିଆ ଭାଷାର ଗୌରବ ଗାଥା ନାମରେ ଏକ ସ୍ୱତନ୍ତ୍ର ଟ୍ରେଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବ।

ଅଂଶଗ୍ରହଣକାରୀମାନେ ପ୍ରାଚୀନ ପରମ୍ପରାଉପରେ ଆଧାରିତ ରହସ୍ୟ ମୟ ତନ୍ତ୍ର ସାଧନା ବିଷୟରେ ମଧ୍ୟ ଅନୁସନ୍ଧାନ କରିବେ। ସେହିଭଳି ବିଭିନ୍ନ ଓ ସ୍ୱାଦିଷ୍ଟ ବ୍ୟଞ୍ଜନ ପାଇଁ ପ୍ରସିଦ୍ଧ ରାଜ୍ୟର ପାରମ୍ପାରିକ ରୋଷେଇ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ମଧ୍ୟ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯିବ।
ଇଚ୍ଛୁକ ବ୍ୟକ୍ତିମାନେ www.ekamrawalks.com ଲଗ୍ ଇନ୍ କରି ପଞ୍ଜୀକରଣ କରିପାରିବେ ଏବଂ କାର୍ଯ୍ୟକ୍ରମର ଅନ୍ୟ ବିବରଣୀ ଜାଣିପାରିବେ।

Get real time updates directly on you device, subscribe now.