fbpx

ସିମ୍ କାର୍ଡ ବଦଳାଇବା ସମୟରେ ଏହି ଭୁଲ କରନ୍ତୁ ନାହିଁ: ନଚେତ ହୋଇପାରେ ବିରାଟ କ୍ଷତି

ଅନେକ ସମୟରେ ଆମକୁ ନିଜ ମୋବାଇଲରେ ସିମ୍ କାର୍ଡ ବଦଳାଇବାକୁ ପଡିଥାଏ । ସ୍ମାର୍ଟଫୋନ ବଦଳାଇବା ଯୋଗୁଁ ହେଉ କିମ୍ବା ନୂଆ ସିମ୍ ନେଲେ ଆପଣ ସିମ୍ କାର୍ଡ ବଦଳାଇଥାନ୍ତି । କିନ୍ତୁ ଯଦି ଏହାକୁ ସଠିକ ଭାବରେ ବଦଳାଇ ନ ପାରନ୍ତି, ତେବେ ଆପଣଙ୍କୁ ହଜାର ହଜାର ଟଙ୍କାର କ୍ଷତି ସହିବାକୁ ପଡିପାରେ । ସିମ୍ କାର୍ଡର ଟ୍ରେ ଖୁବ ସୁକ୍ଷ୍ମ ଏବଂ ଏହାର ମେକାନିଜମ୍ ମଧ୍ୟ ବହୁତ ସମ୍ବେଦନଶୀଳ ହୋଇଥାଏ । ତେବେ ସିମ୍ ବଦଳାଇବା ସମୟରେ ଆପଣଙ୍କୁ କିଛି କଥା ଧ୍ୟାନରେ ରଖିବାକୁ ପଡିବ ।

ସିମ୍ ଟ୍ରେ ସଫା ରଖିବା ଉଚିତ:

ଯଦି ଆପଣଙ୍କ ସିମ୍ ଟ୍ରେ ଅସୁନ୍ଦର ରହିଛି, ତେବେ ଯଥାଶୀଘ୍ର ଏହାକୁ ସଫା କରିନେବା ଉଚିତ । ଏହାପରେ ଆପଣ ନିଜ ସିମ୍ କାର୍ଡ ପରିବର୍ତ୍ତନ କରିବା ଉଚିତ । ସିମ୍ ଟ୍ରେରେ ସଫା ନ ରହିଲେ ମୋବାଇଲରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ ଏବଂ ସ୍ମାର୍ଟଫୋନ ଖରାପ ହୋଇଯିବାର ମଧ୍ୟ ସମ୍ଭାବନା ରହିଛି ।

ପାଣିରୁ ବଞ୍ଚାଇ ରଖନ୍ତୁ:

ସିମ୍ ଟ୍ରେକୁ ସପା କରିବା ସମୟରେ କୌଣସି ଲିକ୍ୱିଡ କିମ୍ବା ପାଣିର ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା ସ୍ମାର୍ଟଫୋନରେ ପାଣି ପଶିଯିବା ସହ ଏହା ନଷ୍ଟ ହୋଇଯାଇପାରେ । ଯାହା ଆପଣଙ୍କୁ ହଜାର ହଜାର ଟଙ୍କାର କ୍ଷତି ସହିବା ପାଇଁ ବାଧ୍ୟ କରିଦେବ ।

ସତର୍କତାର ସହ ସିମ୍ ବାହାର କରନ୍ତୁ:

ସିମ୍ କାର୍ଡ ବାହାର କରିବା ସମୟରେ ଖୁବ ସତର୍କତା ଅବଲମ୍ବନ କରନ୍ତୁ । ଜୋର ଜବରଦସ୍ତି କରି ସିମ୍ ବାହାର କରିବା କିମ୍ବା ଟ୍ରେକୁ ପୁରାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ନଚେତ ଏହା ଭାଙ୍ଗିଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହିସବୁ ପ୍ରକ୍ରିୟାକୁ ମାନି ଆପଣ ସିମ୍ ବଦଳାଇ ପାରିବେ । ନଚେତ ଆପଣଙ୍କ ସ୍ମାର୍ଟଫୋନ ନଷ୍ଟ ହେବାର ଆଶା ଖୁବ ଅଧିକ ରହିଛି ।

Get real time updates directly on you device, subscribe now.