fbpx

ଏହି ସରକାରୀ ସ୍କିମରେ କେବଳ ୫୦୦ ଟଙ୍କାରେ ଆରମ୍ଭ କରନ୍ତୁ ନିବେଶ, ମିଳିବ ୪୦ ଲକ୍ଷ ପର୍ଯ୍ୟନ୍ତ ରିଟର୍ଣ୍ଣ

ନୂଆଦିଲ୍ଲୀ: ଯଦି ଆପଣ ନିବେଶ କରିବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ  । ଆଜି ଆମେ ଆପଣଙ୍କୁ ପିପିଏଫ୍ ଆକାଉଣ୍ଟ (PPF) ବିଷୟରେ କହିବୁ । ଏଥିରେ ନିବେଶ କରିବା ଦ୍ୱାରା କେବଳ ଭଲ ସୁଧ ସହ ଟ୍ୟାକ୍ସରେ ଛାଡ଼ ମଧ୍ୟ ମିଳିଥାଏ । ଏହା ସହ ଏଠାରେ ରିସ୍କର ମଧ୍ୟ କିଛି ଚିନ୍ତା ମଧ୍ୟ ନାହିଁ । ଆବଶ୍ୟକ ପଡ଼ିଲେ ଆପଣ ଏହି ଟଙ୍କାକୁ କାଢ଼ିପାରିବେ ମଧ୍ୟ ।

ଯଦି ଆପଣ ପିପିଏଫ୍ ଆକାଉଣ୍ଟ ଖୋଲିବାକୁ ଚାହୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଆପଣଙ୍କ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ୍ ଯିବାକୁ ହେବ । ପିପିଏଫ୍ ଆକାଉଣ୍ଟ କେବଳ ୫୦୦ ଟଙ୍କାରେ ଆରମ୍ଭ କରିପାରିବେ । ପିପିଏଫ୍ ଆକାଉଣ୍ଟରେ ଆପଣଙ୍କୁ ପ୍ରତିବର୍ଷ ସର୍ବନିମ୍ନ ୫୦୦ ଟଙ୍କା ନିବେଶ କରିବାକୁ ଜରୁରୀ । କିନ୍ତୁ ଯଦି ଆପଣ ପ୍ରତି ବର୍ଷ ଏଥିରେ ୫୦୦ ଟଙ୍କା ରଖୁନାହାଁନ୍ତି ତେବେ ଏହା ଡିଫଲ୍ଟ ଆକାଉଣ୍ଟ ହୋଇଯିବ ଏବଂ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ପେନାଲ୍ଟୀ ଦେବାକୁ ପଡ଼ିବ । ଆପଣ ଅଳ୍ପ ଅଳ୍ପ କରି ଆପଣଙ୍କ ସୁବିଧା ଅନୁସାରେ ମଧ୍ୟ ଜମା କରିପାରିବେ ।

ପିପିଏଫ୍ ଆକାଉଣ୍ଟରେ ନିବେଶ କରିବା ଦ୍ୱାରା ବାର୍ଷିକ ୭.୧ ପ୍ରତିଶତ ସୁଧ ମିଳିଥାଏ । ଏହାର ମ୍ୟାଚୁରିଟି ପିରିୟଡ ୧୫ ବର୍ଷ ରହିଛି । ୧୫ ବର୍ଷ ପୂରଣ ହେବାପରେ ଆପଣଙ୍କୁ ପୂରା ଟଙ୍କା, ଜମା ଏବଂ ସୁଧ ମିଳିଥାଏ । କିନ୍ତୁ ଯଦି ଆପଣଙ୍କୁ ସେହି ସମୟରେ ଟଙ୍କାର ଆବଶ୍ୟକତା ନାହିଁ ତେବେ ଆଗାମୀ ୫ ବର୍ଷ ପାଇଁ ମଧ୍ୟ ବଢ଼ାଇପାରିବେ । ପିପିଏଫରେ ନିବେଶ ଦ୍ୱାରା ଆପଣଙ୍କୁ ପ୍ରାୟ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଟର୍ଣ୍ଣ ମିଳିଥାଏ । ତେବେ ଆସନ୍ତୁ ଜାଣିବା କେତେ ଟଙ୍କାର ନିବେଶ ଉପରେ କେତେ ରିଟର୍ଣ୍ଣ ମଳିଥାଏ ।

୧୦୦୦ ଟଙ୍କା ମାସିକ ଜମା କରିବା ଦ୍ୱାରା ୩ ଲକ୍ଷ ୧୫ ହଜାର ୫୭୨ ଟଙ୍କା ସୁଧ ମିଳିବ । ସେହିଭଳି ୨୦୦୦ ଟଙ୍କା ମାସିକ ଜମା କରିବା ଦ୍ୱାରା ୬ ଲକ୍ଷ ୩୧ ହଜାର ୧୩୫ ଟଙ୍କା ମିଳିବ । ୩୦୦୦ ଟଙ୍କା ଜମା କରିବା ଦ୍ୱାରା ୯ ଲକ୍ଷ ୪୬ ହଜାର ୭୦୪ ଟଙ୍କା, ୪୦୦୦ ଟଙ୍କା ଜମା କରିବା ଦ୍ୱାରା ୧୨ ଲକ୍ଷ ୭୨ ହଜାର ୨୭୩ ଟଙ୍କା, ୫୦୦୦ ଟଙ୍କା ନିବେଶ ଉପରେ ୧୫ ଲକ୍ଷ ୭୭ ହଜାର ୮୪୧ ଟଙ୍କା, ୧୦୦୦୦ ଟଙ୍କା ନିବେଶ ଉପରେ ୩୧ ଲକ୍ଷ ୫୫ ହଜାର ୬୮୦ ଟଙ୍କା, ୧୨ ହଜାର ଟଙ୍କା ଜମା କରିବା ଦ୍ୱାରା ୩୭ ଲକ୍ଷ ୮୬ ହଜାର ୮୨୦ ଟଙ୍କା ଏପଂ ୧୨,୨୫୦ ଟଙ୍କା ଜମା କରିବା ଦ୍ୱାରା ୩୯ ଲକ୍ଷ ୪୪ ହଜାର ୬୯୯ ଟଙ୍କା ମିଳିବ ।

 

Get real time updates directly on you device, subscribe now.