ସାବଧାନ ! ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ଜାଣନ୍ତୁ ଓଡି଼ଶା ଉପରେ ପଡିବ କି ପ୍ରଭାବ?

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆଗାମୀ ତିନି ଦିନି ଦିନରେ ୩ ରୁ ୫ ଡିଗ୍ରୀ ଖସିବ। ଆଜି ରାତିରେ ଫୁଲବାଣୀ ଓ କୋରାପୁଟ ରେ ପାରଦ ସବୁଠୁ କମ୍ ବା ୧୧ ଡିଗ୍ରୀ ରହିବ। ଢେଙ୍କାନାଳ ଓ ରାଉରକେଲାରେ ୧୨ ଡିଗ୍ରୀ ରହିପାରେ। ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି।

ଗତ କିଛି ଦିନ ହେବ ଶୀତ ତାପମାତ୍ରା କମୁଥିବା ବେଳେ ଶୀତ ବଢିବ ବୋଲି ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।

ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ଯେ, ୧ ତାରିଖରେ କୋରାପୁଟ୍ ଓ ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ।

ରାଉରକେଲା ଓ ଝାରୁସୁଗୁଡାରେ ୧୨ ଡିଗ୍ରୀ , ବଲାଙ୍ଗୀର, ନୂଆପଡା, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧାରେ ପାରଦ ୧୩ ଡିଗ୍ରୀ ରହିବ। ରବିବାର କିଛି ସ୍ଥାନରେ ରାତି ତାପମାତ୍ରା ଖସିଛି। ମଙ୍ଗଳବାର ଠାରୁ ଉପକୂଳ ଓଡି଼ଶାରେ ଶୀତ ବଢିବ।

୭ ଓ ୮ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବ ଓଡ଼ିଶା ଉପରେ ବିଶେଷ ଭାବେ ରହିବ ନାହିଁ। ଜାନୁଆରୀ ୩ରେ ମଧ୍ୟ ଏକ ଚାପ ସୃଷ୍ଟି ହୋଇପାରେ।