fbpx

ଗ୍ରାହକଙ୍କୁ ଲୁଟୁଛନ୍ତି ସୁନା ଦୋକାନୀ, ୫ମାସରେ ଗ୍ରାହକଙ୍କୁ ଠକିଛନ୍ତି ୧୧୬ ବ୍ୟବସାୟୀ

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଠକେଇ ବଢିବାରେ ଲାଗିଛି। ଅନଲାଇନ ହେଉ କି ଅଫ ଲାଇନ, ସବୁଆଡେ ଠକେଇ ମାମଲା ଦେଖିବାକୁ ମିଳୁଛି। ତେବେ ଏପରି ଏକ ଠକେଇକୁ ନେଇ ଅନ୍ୟ ଏକ ଖବର ସାମ୍ନାକୁ ଆସିଛି। ସୁନା ଦୋକାନୀମାନେ ଗ୍ରାହକଙ୍କୁ ଠକିଛନ୍ତି।

ସୂଚନା ଅନୁଯାୟୀ, ୫ ମାମରେ ଗ୍ରାହକଙ୍କୁ ଠକିଛନ୍ତି ୧୧୬ ବ୍ୟବସାୟୀ। ୩୧୨୫ଟି ସ୍ଥାନରେ ରେଡ୍ କରିଥିଲା ଯୋଗାଣ ବିଭାଗ। ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ ଆଦାୟ ହୋଇଛି। ଗଞ୍ଜାମ, ଖୋର୍ଦ୍ଧା ଓ କଟକରେ ସର୍ବାଧିକ ଠକେଇ ହୋଇଛି। ଗତ ବର୍ଷ ୪୯୫ ଜଣ ବ୍ୟବସାୟୀ ଧରାପଡିଥିଲେ। ତେବେ ଫାଇନ ଆକାରରେ ଆଦାୟ ହୋଇଥିଲା, ୧୫ ଲକ୍ଷ ୩୦ ହଜାର ଫାଇନ। ତେବେ ସୁନା କିଣିବା ସମୟରେ ସର୍ବଦା ଅସଲି ପ୍ରତି ଧ୍ୟାନ ଦିଅନ୍ତୁ।

Get real time updates directly on you device, subscribe now.