fbpx

Sexotortionକୁ ସାବଧାନ… ଆପଣ ବି ହୋଇପାରନ୍ତି ଶିକାର: ଏ ପରିସ୍ଥିତିରେ କିପରି ନିଜକୁ ରକ୍ଷା କରିବେ?

Advertisement

ନୂଆଦିଲ୍ଲୀ: ଆଜିକାଲି ସାଇବର କ୍ରାଇମ ପାଇଁ ବିଭିନ୍ନ ଉପାୟ ଖୋଲି ସାରିଛନ୍ତି ଅପରାଧୀ । ସେସବୁ ଭିତରେ ସବୁଠୁ ଭୟଙ୍କର ହେଉଛି ସେକ୍ସୋଟର୍ସନ । ଅଧିକାଂଶ ସମୟରେ କେହି ନା କେହି ସାଧାରଣ ଲୋକ ଏହି ମାମଲାର ଶୀକାର ହେଉଛନ୍ତି । ତେବେ କେବଳ ସାଧାରଣ ଲୋକ ନୁହେଁ, ବଡ଼ ବଡ଼ ନେତା ମନ୍ତ୍ରୀ ଏବଂ ସେଲିବ୍ରିଟି ମଧ୍ୟ ଏଭଳି ସାଂଘାତିକ ମାମଲାରେ ଫସିଥିବା ଜାଣିବାକୁ ମିଳିଛି । ତେବେ ଏଭଳି ମାମଲାରେ ସାମିଲ ଥିବା ସମସ୍ତ ସାଇବର କ୍ରିମିନାଲ ଏବଂ ମାଷ୍ଟରମାଇଣ୍ଡକୁ ଖୋଜି ବୁଲୁଛି ପୋଲିସ ଡିପାର୍ଟମେଣ୍ଟ । ତେବେ ଏଥିରୁ କିପରି ନିଜକୁ ରକ୍ଷା କରିବେ ଆସନ୍ତୁ ଜାଣିବା…

କ’ଣ ଏହି Sexotortion?

ଏହି ଶବ୍ଦଟି ଦୁଇଟି ଶବ୍ଦକୁ ନେଇ ଗଠିତ ହୋଇଛି(Sex & Exotortion) ଅପରାଧୀମାନେ ଜଣଙ୍କର ଅଶ୍ଳୀଳ ଭିଡିଓ କ୍ଲିପ ତିଆରି କରି ଏହାକୁ ଭାଇରାଲ କରିଥାଏ । ଏଥିରେ ପ୍ରଥମେ ନିଜ ଟାର୍ଗେଟକୁ ଶୀକାର କରାଯାଇ ତାଙ୍କୁ ନିଜ ଜାଲରେ ଫସାଇ ନିଅନ୍ତି ଅପରାଧୀ । ଏହାପରେ ଭିଡିଓ ଦେଖାଇ ବ୍ଲାକମେଲ କରିବା ସହ ଲକ୍ଷ ଲକ୍ଷ ବା କୋଟି କୋଟି ଟଙ୍କା ପର୍ଯ୍ୟନ୍ତ ମାଗିଥାନ୍ତି । ନଚେତ୍ ଭିଡିଓକୁ ଇଣ୍ଟରନେଟ ତଥା ସୋସିଆଲ ମିଡିଆରେ ଛାଡ଼ି ବଦନାମ କରିଦେବାର ଭୟ ଦେଖାଇଥାନ୍ତି । ପ୍ରଥମେ ଆପଣଙ୍କ ହ୍ୱାଟ୍ସଆପରେ ଏକ ଭିଡିଓ କଲ୍ ଆସିଥାଏ । ଏହାକୁ ରିସିଭ କରିବା ମାତ୍ରେ ଆପଣ ଏହାର ଜାଲରେ ଫସି ଯାଆନ୍ତି । କିଛି ସମୟର ଏକ ଭିଡିଓ ରେକର୍ଡ କରିବା ପରେ ଏହାକୁ ଏଆଇ ସାହାଯ୍ୟରେ ଫେକ୍ ଅଶ୍ଳୀଳ ଭିଡିଓରେ ପରିଣତ କରି ଆପଣଙ୍କୁ ବ୍ଲାକମେଲ କରିପାରନ୍ତି ।

ଏପରି ପରିସ୍ଥିତିରେ କ’ଣ କରିବେ?

ଇଣ୍ଟରନେଟ ଦୁନିଆରେ ନିଜକୁ ସୁରକ୍ଷିତ ରଖିବା ପାଇଁ ହେଲେ ନିଜେ ସାବଧାନ ରହିବା ସହ ସତର୍କ ଏବଂ ସଚେତନ ରହିବା ଉଚିତ୍ । ଆପଣଙ୍କ ଦ୍ୱାରା ହୋଇଥିବା ଏକ ଛୋଟ ଭୁଲ ମଧ୍ୟ ସାଇବର କ୍ରିମିନାଲ ପାଇଁ ବଡ଼ ସୁଯୋଗ ହୋଇପାରେ । ତେବେ ସେକ୍ସୋଟର୍ସନରୁ ନିଜକୁ ରକ୍ଷା କରିବା ପାଇଁ ହେଲେ, ଅଜଣା ନମ୍ବରରୁ ଆସିଥିବା ଭିଡିଓ କଲ ରିସିଭ କରନ୍ତୁ ନାହିଁ । ଏହାପରେ ମଧ୍ୟ ଯଦି ଆପଣ କୌଣସି ଭିଡିଓ କଲ ରିସିଭ କରି ଦେଇଛନ୍ତି, ଏବଂ କ୍ରିମିନାଲ ଆପଣଙ୍କର ଏକ ମର୍ଫ ଭିଡିଓ ପ୍ରସ୍ତୁତ କରି ଆପଣଙ୍କ ପାଖକୁ ପଠାଇଛି । ତେବେ ମଧ୍ୟ ଆପଣ ନିର୍ଭୟ ରୁହନ୍ତୁ । କୌଣସି କଥାରେ ଭୟଭୀତ ନ ହୋଇ ପୋଲିସକୁ ଏ ସମ୍ପର୍କରେ ଜଣାନ୍ତୁ । କିନ୍ତୁ ସ୍କାମର୍ସଙ୍କୁ ଟଭ୍କା ଟ୍ରଆନ୍ସଫର କରନ୍ତୁ ନାହିଁ । ସମସ୍ତ ଘଟଣା ସମ୍ପର୍କରେ ପୋଲିସକୁ ସମ୍ପୂର୍ଣ୍ଣ ସୂଚନା ଦିଅନ୍ତୁ । ଏହାସହିତ ଏଭଳି ଏକ ଘଟଣାର ମାମଲା ରୁଜୁ କରିବା ସହିତ ପୋଲିସ ସହିତ ଲଗାତାର କଣ୍ଟାକ୍ଟରେ ରୁହନ୍ତୁ । ଏଭଳି ଭାବରେ ସେକ୍ସୋଟର୍ସନ ଭଳି ମାମଲାରୁ ନିଜକୁ ରକ୍ଷା କରିପାରିବେ ।

Get real time updates directly on you device, subscribe now.