fbpx

ସାବଧାନ! e-CHALLEN ନାମରେ ହେଉଛି ବଡ ଠକେଇ, ଆପଣ ବନୁ ନାହନ୍ତି ତ ଏହାର ଶିକାର, ପଢନ୍ତୁ ଏହି ରିପୋର୍ଟ

ଓଡିଶା ଭାସ୍କର: ସମୟ ବଦଳିଛି । ତାହା ସହ ବଦଳିଛି ମଣିଷର ସୌଖିନତା । ଲୋକେ ବାଇକ, ମୋବାଇଲ ତଥା କାର କିଣିବା ପଛରେ ଧାଉଁଛନ୍ତି । ବାଇକ ତଥା କାର ଚାଳକ ବେଳେବେଳେ ନିୟମର ଉଲଂଘନ କରନ୍ତି । ଯାହା ସିସିଟିଭି କ୍ୟାମେରାରେ କଏଦ ହୁଏ । ସେମାନଙ୍କୁ ଚାଲାଣ କାଟିବାକୁ ପଡେ । ସ୍ୱତଃ ସେମାନଙ୍କ ପାଖକୁ ଏହି ଚାଲାଣ ମୋବାଇଲ ମାଧ୍ୟମରେ ଆସିଯାଏ । ଯାହାକୁ ଉଲଂଘନକାରୀ ସହଜରେ ବିଶ୍ୱାସ କରନ୍ତି ମଧ୍ୟ । କିନ୍ତୁ, ଏହାର ସୁଯୋଗ ନେଇ ଅଦୃଶ୍ୟ ରାକ୍ଷକ ଏବେ ଠକୁଛନ୍ତି ଲୋକଙ୍କୁ । ସାଇବର ରାକ୍ଷସର ମାୟାଜାଲକୁ ସାଧାରଣ ଲୋକ ବୁଝି ପାରୁ ନାହାନ୍ତି । ସତ ଓ ମିଛ ଚାଲାଣ ମଧ୍ୟରେ ସେମାନେ ଦ୍ୱନ୍ଦିତ ମଧ୍ୟ । ଚାଲାଣକୁ ନେଇ ଏବେ ଏକ ଏଭଳି ବଡ ଖୁଲାସା ହୋଇଛି । ରିପୋର୍ଟ ଅନୁସାରେ, ଭିଏତନାମରେ ବସି ଏକ ସାଇବର ଠକ ଗ୍ୟାଙ୍ଗ ଭାରତକୁ ଏବେ ଇ- ଚାଲାଣ(E-CHALLEN)ରେ ଠକି ଚାଲିଛନ୍ତି ।

କହିରଖୁ, ସାଇବର ସିକ୍ୟୁରିଟୀ ଫର୍ମ CLOUDSEK ଏକ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଭିଏତନାମର ବସିଥିବା ଅଦୃଶ୍ୟ ରାକ୍ଷକ ଭାରତରେ ଇ- ଚାଲାଣ (E-CHALLEN) ନାମରେ ଠକି କୋଟି କୋଟି ଟଙ୍କା ନିଜ ପକେଟକୁ ନେଇ ଚାଲିଛନ୍ତି । ସେମାନେ ଇ-ଚାଲାଣ(E-CHALLEN) ର ନକଲି ମ୍ୟାସେଜ ଲୋକଙ୍କୁ ପଠାଉଛନ୍ତି । ଯେଉଁଥିରେ ଏକ ଲିଙ୍କ ରହୁଛି । ତାହା କ୍ଲିକ କରିବା ପରେ ୟୁଜର୍ସ ମୋବାଇଲରେ Malicious App ଇନଷ୍ଟଲ ହେଉଛି । ତାହା ମାଧ୍ୟମରେ ସେମାନେ ଲୋକଙ୍କୁ ଲୁଟୁଛନ୍ତି । ପରିବହନ ସେବା ପଠଉଥିବା ସତ୍ୟ ମ୍ୟାସେଜ ସଦୃଶ ଏହା ମୋବାଇଲକୁ ଆସୁଛି । ଫଳରେ ଲୋକେ ସତ ମିଛ ମଧ୍ୟରେ ଫରକ ଜାଣି ପାରୁ ନାହାନ୍ତି । ଏଥିରେ ପ୍ରାୟ ୪ ହଜାରରୁ ଅଧିକ ସାଧାରଣ ଲୋକ ଫସି ସାରିଛନ୍ତି । ସେମାନେ ଫୋନକୁ ମଧ୍ୟ ହ୍ୟାକ କରିବାର କ୍ଷମତା ରଖନ୍ତି । ଫଳରେ ବ୍ୟକ୍ତିଗତ ସମସ୍ତ ଡାଟା ସେମାନଙ୍କୁ ମିଳିଯାଏ ।

 

Get real time updates directly on you device, subscribe now.