fbpx

ଶିକାରୀକୁ ଫାଡ଼ିଦେଲା ଭାଲୁ, ମରିବା ପୂର୍ବରୁ ହତ୍ୟାକାରୀଠୁ ନେଲା ପ୍ରତିଶୋଧ

Advertisement

ନୂଆଦିଲ୍ଲୀ: ଜଙ୍ଗଲୀ ଜନ୍ତୁ କେତେ ହିଂସ୍ର ତାହା ହୁଏତ ସମସ୍ତେ ଜାଣନ୍ତି । ସେଥିପାଇଁ ଏମାନଙ୍କ ଠାରୁ ଦୂରରେ ରହିବାକୁ କୁହାଯାଇଥାଏ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଜଙ୍ଗଲୀ ଜନ୍ତୁମାନଙ୍କୁ ଶିକାର କରିଥାନ୍ତି । ଅନେକ ସମୟରେ ଚମଡ଼ା ହେଉ ଅବା ଅନ୍ୟ କିଛି ଜଙ୍ଗଲୀ ଜନ୍ତୁଙ୍କୁ ଶିକାର କରିଥାନ୍ତି । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଜଣେ ଶିକାରକୁ ଜଙ୍ଗଲୀ ଭାଲୁର ଶିକାର କରିବା ମହଙ୍ଗା ପଡ଼ିଛି । ଆଉ ଶିକାରୀ ନିଜେ ଶିକାର ହୋଇଛି, ଆଉ ହରାଇଛି ପ୍ରାଣ ।

ଗୋଟିଏ  ଜଙ୍ଗଲୀ ଭାଲୁ ନିଜର ମୃତ୍ୟୁ ପୂର୍ବରୁ ଶିକାରୀ ଠାରୁ ତା’ର ପ୍ରତିଶୋଧ ଦେଇଛି, ଏହି ଶିକାରୀ ଭାଲୁଟିକୁ ଗୁଳ ଗୁଳି ମାରିଥିଲା । ଋଷିଆର ତୁଲୁନ ଜିଲ୍ଲା ଇର୍କୁସ୍କ ରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଜଣେ ୬୨ ବର୍ଷୀୟ ଶିକାରୀ ଏକ ଭାଲୁକୁ ଗୁଳିମାରିଥିଲେ, ଏବଂ ଭାଲୁଟି ବଦଲା ନେବାକୁ ଯାଇ ସେହି ଶିକାରୀର ମୁଣ୍ଡକୁ ଅଲଗା କରିଦେଇଥିଲା । ଆଉ ବ୍ୟକ୍ତିଙ୍କ ମୃତଦେହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

ପୋଲିସ ତରଫରୁ କୁହାଯାଇଛି ଯେ ବ୍ୟକ୍ତି ଜଣକ ଏକ ଗଛରେ ଚଢ଼ି ଭାଲୁଟିକୁ ଗୁଳିମାରିବାରେ ସଫଳ ହୋଇଥିଲେ, କିନ୍ତୁ ଭାଲୁଟି ମରିଯାଇଛି ବୋଲି ଭାବି ତଳକୁ ଓହ୍ଲାଇ ଆସିଥିଲେ ।  କିନ୍ତୁ ଆଘାତ ହୋଇଥିବା ଭାଲୁଟି ମରିନଥିଲା ଏବଂ ଯେତେବେଳେ ଶିକାରୀ ଭାଲୁ ପାଖରେ ପହଞ୍ଚିଥିଲା ତାଙ୍କୁ ଭାଲୁଟି ଆକ୍ରମଣ କରିଥିଲା ଏବଂ ତାଙ୍କୁ କାମୁଡ଼ି କାମୁଡ଼ି ତାଙ୍କର ଜୀବନ ନେଇଯାଇଥିଲା ।

ଏକ ରିପୋର୍ଟ ଅନୂଯାୟୀ ଶିକାରୀର ମୃତ ଦେହ ପଡ଼ିଥିବା ସ୍ଥାନଠାରୁ ୫୦ ମିଟର ଦୂରରେ ଭାଲୁଟିର ମୃତ ଦେହ ମିଳିଥିଲା । ସ୍ଥାନୀୟ ଗଣମାଧ୍ୟମ ଅନୂଯାୟୀ ବ୍ୟକ୍ତି ନିଖୋଜ ନେଇ ଅଭିଯୋଗ ପରେ ପୋଲିସ୍ ସର୍ଚ୍ଚ ଅପରେସନ ଚଳାଇଥିଲା ଏବଂ ସାଇବେରିଆନ ରିଜନର ଏକ ଜଙ୍ଗଲରୁ କ୍ଷତବିକ୍ଷତ ମୃତଦେହ ମିଳିଥିଲା ଯାହାର ଚିହ୍ନଟ ହେବା ପରେ ସତ ଜଣାପଡ଼ିଥିଲା ।

Get real time updates directly on you device, subscribe now.