fbpx

(Video) ଉଲଗ୍ନ କରି ପିଟିଲେ, ପରିସ୍ରା ପିଆଇ ହୋସକୁ ଆଣିଲେ: ଶ୍ରମିକଙ୍କୁ ମାଡ଼ ଘଟଣାରେ ୩ ଜଣ ଗିରଫ

ଢେଙ୍କାନାଳ: ମଣିଷ କୂଳରେ ଜନ୍ମ ନେଇ ବି ଅନେକ ଲୋକ ନିଜ ମାନବିକତା ହରାଇ ଦେଉଛନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ମୋଟଙ୍ଗା ଥାନା ଅଞ୍ଚଳରେ ୨ ଜଣ ଯୁବକଙ୍କୁ ମିଛରେ ଚୋର କହି ସମସ୍ତଙ୍କ ଆଗରେ ଉଲଗ୍ନ କଲେ , ହାତକୁ ପଛରେ ବାନ୍ଧି ଜୋତାରେ ଗୋଇଠା ମାରି ଚାଲିଲେ । ସେତିକିରେ ମନ ବୁଝିଲାନି ଯେ ଠେଙ୍ଗାରେ ନିର୍ଘାତ ପିଟିପିଟି ଧରାଶାୟୀ କରିଦେଲେ ଆଉ ଶେଷରେ ମାନବିକତା ଭୁଲି ଯାଇ ବେହୋସ କର୍ମଚାରୀଙ୍କୁ ଚେତାକୁ ଆଣିବାକୁ ତାଙ୍କ ମୁହଁରେ ପରିସ୍ରା କରି ତାଙ୍କୁ ପରିସ୍ରା ପିଆଇଲେ । ତେବେ ପ୍ରକୃତ ଘଟଣା ଶୁଣିଲେ ଓ ସେ ବିବତ୍ସ ଦୃଶ୍ୟ ଦେଖିଲେ ଆପଣ ଭୟରେ କାତର ହୋଇ ଯିବେ । କିଛି ଏମିତି ଘଟଣା ଘଟିଛି ଢେଙ୍କାନାଳରେ । ଯଦି ବିଶ୍ୱାସ ହେଉନି ତେବେ ନିଜେ ଶୁଣନ୍ତୁ ସେହି ପୀଡ଼ିତଙ୍କ ମୁହଁରୁ ସେଦିନର ସତ ।

ସୂଚନାନୁସାରେ, ମାତ୍ର ୩ ଦିନ ତଳେ ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ଆଖି ଆଗରେ ଘଟିଛି ଏମିତି ଘଟଣା । ଉପସ୍ଥିତ ଲୋକେ ବିରୋଧ କରିବା ପରିବର୍ତେ ଅଧିକ ଏମିତି କାଣ୍ଡ କରିବାକୁ ଦୁର୍ବୁତ୍ତ ମାନଙ୍କୁ ଉସକଉଥିଲେ ବୋଲି ଅଭିଯୋଗ ହୋଇଛି । ଢେଙ୍କାନାଳ ମୋଟଙ୍ଗା ଥାନା ଅଞ୍ଚଳରେ ଜଗନ୍ନାଥ ପାୱାର ନାମକ ଏକ କମ୍ପାନୀ ପରିସରରେ ଗତ ୩ ଦିନ ତଳେ ଘଟିଛି ଏହି ବିବତ୍ସ କାଣ୍ଡ । ଏନେଇ ପୀଡିତ ମାନେ ମୋଟଙ୍ଗା ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ । କାରଖାନାରେ ଜଣେ ସୁରକ୍ଷା କର୍ମଚାରୀ ଓ ଅନ୍ୟଜଣେ ଚାଳକ ମିଶି ଉଭୟଙ୍କୁ ନିସ୍ତୁକ ମାଡ ମାରିଥିଲେ । ଗୁରୁତର ଭାବେ ଆହତ ହୋଇଥିବା ଉଭୟ ଶ୍ରମିକ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

ଏହି ଘଟଣାରେ ମଙ୍ଗଳବାର ମୋଟଙ୍ଗା ଥାନା ପୋଲିସ କାରଖାନାର ସୁରକ୍ଷା କର୍ମଚାରୀ ଅଜିତ୍ କୁମାର ପଣ୍ଡା, ଅନ୍ୟତମ ସୁରକ୍ଷା କର୍ମଚାରୀ ବସନ୍ତ କୁମାର ମଲ୍ଲିକଙ୍କ ସହ ଗାଡି ଚାଳକ ଅମୂଲ୍ୟ ଭୁତିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୁରକ୍ଷା କର୍ମଚାରୀ ଅଜିତଙ୍କ ଘର ମୋଟଙ୍ଗା ଥାନା ଓଡ଼ାପଡ଼ା ଗ୍ରାମରେ ହୋଇଥିବା ବେଳେ ଚାଳକ ଅମୂଲ୍ୟଙ୍କ ଘର ତାଳଚେର ଥାନା ରାମଚନ୍ଦ୍ରପୁର ଅଞ୍ଚଳରେ ବୋଲି ଜଣାପଡିଛି । ସେହିପରି ଅନ୍ୟତମ ସୁରକ୍ଷା କର୍ମଚାରୀ ବସନ୍ତଙ୍କ ଘର ଭଦ୍ରକ ଜିଲା ବାସୁଦେବପୁର ଥାନା କୋଧୁଆଁ ଗ୍ରାମରେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଆଜି ୨ ଜଣ ମାଡ଼ ଖାଇଥିବା ପୀଡ଼ିତ ଅନ୍ତର୍ଜାତୀୟ ମାନବାଧିକାରଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏଵଂ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଗୁହାରି ଜଣାଇଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ଏହି ବର୍ବରତା ପାଇଁ ଦୋଷୀଙ୍କୁ ମିଳୁଛି ଦଣ୍ଡ ।

Get real time updates directly on you device, subscribe now.