ତ୍ୱଚାକୁ ଉଜ୍ଜ୍ୱଳ କରେ ରସୁଣ, ଜାଣନ୍ତୁ ବ୍ୟବହାର କରିବେ କିପରି

ରସୁଣ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଉପଳବ୍ଧ ରହିଥାଏ । ଏହାସହ ରସୁଣ ବଜାରରେ ଅତି ସହଜରେ ମିଳିଯାଇଥାଏ । କୌଣସି ତରକାରୀ କରିବାକୁ ହେଲେ ମସଲାରେ ରସୁଣ ପକେଇଥିଲେ ତରକାରୀର ସ୍ୱାଦ ଦ୍ୱିଗୁଣିତ ହୋଇଯାଇଥାଏ । ରସୁଣ ଖାଇବା ଦ୍ୱାରା ଥଣ୍ଡା, କାଶ ଭଳି ସମସ୍ୟା ସମସ୍ୟାକୁ ଦୂର କରିଥାଏ । ଏହାସହ ରସୁଣ ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ । ଆସନ୍ତୁ କିପରି ରସୁଣକୁ ବ୍ୟବହାର କଲେ ତ୍ୱଚା ସୁନ୍ଦର ହେବ ଜାଣିବା

ରସୁଣ ଖାଇବା ଦ୍ୱାରା ତ୍ୱଚାରେ କୁଞ୍ଚନ ପଡ଼ିନଥାଏ । ଏହାସହ କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଥାଏ । ପ୍ରଥମେ କିଛି ରସୁଣକୁ ଛୋଟ ଛୋଟ କାଟି ଏହାର ପେଷ୍ଟ ବନାନ୍ତୁ । ଏହାପରେ ସେଥିରେ ଲେମ୍ବୁ ରସ ମିଶାଇ ଭଲ ଭାବେ ଫେଣ୍ଟନ୍ତୁ । ଏହାପରେ ଏକ ଜାରରେ ରଖନ୍ତୁ । ପରେ ଗୋଟେ କପ ଥଣ୍ଡା ପାଣି ସହ ସେହି ପେଷ୍ଟରୁ ପ୍ରତିଦିନ ଖାଆନ୍ତୁ, ଦେଖିବେ ତ୍ୱଚା ଉଜ୍ଜ୍ୱଳ ସହ ବିଭିନ୍ନ ପ୍ରକାର ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ ।