fbpx
BSKY SKY
BSKY SKY

ପ୍ରଧାନମନ୍ତ୍ରୀ “କ୍ଷମାବୀର’ ହୋଇ “ଅଗ୍ନିପଥ’ ଯୋଜନାକୁ ପ୍ରତ୍ୟାହାର କରନ୍ତୁ, କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା

BSKY

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର “ଅଗ୍ନିପଥ’ ସ୍କିମ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଯେପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିବାଦୀୟ ଅଗ୍ନିପଥ ସ୍କିମ୍‌କୁ ପ୍ରତ୍ୟାହାର କରିବାକୁ ପଡିବ, ସେହିପରି ତାଙ୍କୁ ଯୁବପିଢ଼ିଙ୍କ ଦାବିକୁ ଗ୍ରହଣ କରିବାକୁ ପଡିବ। କଂଗ୍ରେସର ପୂର୍ବତନ ସଭାପତି ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି କ୍ରମାଗତ ଭାବେ ଆଠ ବର୍ଷ ଧରି ‘ଜୟ ଯବାନ, ଜୟ କିସାନ’ର ମୂଲ୍ୟବୋଧକୁ ଅପମାନିତ କରୁଛି।

ଅନ୍ୟପଟେ ଶୁକ୍ରବାର ମଧ୍ୟ “ଅଗ୍ନିପଥ’ ଯୋଜନା ବିରୋଧରେ ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନରେ ରାଜପଥ ଏବଂ ରେଳ ଷ୍ଟେସନରେ ହିଂସା ଦେଖିବାକୁ ମିଳିଥିଲା। ତେଲେଙ୍ଗାନାର ସିିନ୍ଦରାବାଦ ପୋଲିସର ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଟ୍ରେନ୍‌ରେ ନିଆଁ ଲଗାଇବା ସହିତ କେତେକ ସହରରେ ବେସରକାରୀ ତଥା ଜନସାଧାରଣ ଯାନବାହନ ଚଳାଚଳ ବନ୍ଦ କରି ଦେଇଥିଲେ ଆନ୍ଦୋଳନ କରୁଥିବା ଯୁବକ।

ରାହୁଲ ଟ୍ୱିଟ୍ କରି କହିଛନ୍ତି ଯେ ଆଠ ବର୍ଷ ଧରି ବିଜେପି ସରକାର କ୍ରମାଗତ ଭାବରେ “ଜୟ ଜୱାନ୍, ଜୟ କିସାନ୍’ର ମୂଲ୍ୟବୋଧକୁ ଅପମାନିତ କରିଆସୁଛନ୍ତି। ମୁଁ ଏହା ପୂର୍ବରୁ ମଧ୍ୟ କହିଥିଲି ଯେ ପ୍ରଧାନମନ୍ତ୍ରୀଙ୍କୁ କଳା କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡିବ। ଠିକ୍ ସେହିପରି ଭାବରେ, ତାଙ୍କୁ “କ୍ଷମାବୀର’ ହୋଇ ଦେଶର ଯୁବକଙ୍କ ଦାବୀକୁ ମାନିବାକୁ ପଡିବ ଏବଂ “ଅଗ୍ନିପଥ’କୁ ଫେରାଇ ନିଆଯିବ।

“ଅଗ୍ନିପଥ’ ଚୁକ୍ତିନାମା ଅନୁଯାୟୀ ଚାରି ବର୍ଷ କାର୍ଯ୍ୟକାଳ ପାଇଁ ସେନା, ବାୟୁସେନା ଏବଂ ନୌସେନାରେ ନିଯୁକ୍ତି ଦିଆଯିବ। ତେବେ ନିଯୁକ୍ତ ହୋଇଥିବା ସମସ୍ତଙ୍କ ମଧ୍ୟରୁ ପ୍ରତିରକ୍ଷା ଆବଶ୍ୟକତା ଅନୁଯାୟୀ ନିୟମିତ ସେବା ପାଇଁ ୨୫ ପ୍ରତିଶତ ଯବାନଙ୍କୁ ରଖାଯିବ ବୋଲି ସରକାର କହିଥିଲେ। “ଅଗ୍ନିପଥ’ ଯୋଜନା ଉପରେ ବିରୋଧ ପ୍ରଦର୍ଶନ ପରେ ଗୁରୁବାର ଦିନ ନିଯୁକ୍ତି ପାଇଁ ଉପର ବୟସ ସୀମା୨୧ରୁ ୨୩ ବର୍ଷକୁ ବୃଦ୍ଧି କରାଯାଇଥିଲା। ଏହି ତିନୋଟି ସେବାରେ ଯୁବକମାନଙ୍କ ସଂଖ୍ୟା ବଢାଇବା ପାଇଁ ଦଶନ୍ଧି ପୁରୁଣା ଚୟନ ପ୍ରକ୍ରିୟାରେ ଏକ ପ୍ରମୁଖ ପରିବର୍ତ୍ତନ ଭାବରେ ସରକାର ଏହି ନୂତନ ନିଯୁକ୍ତି ଯୋଜନା ପ୍ରଣୟନ କରିଛନ୍ତି।

 

Get real time updates directly on you device, subscribe now.