fbpx

‘ପ୍ରତ୍ୟେକ ଗାଁରେ ଖୋଲାଯିବ Beer Bar…’ ବଡ଼ ଘୋଷଣା କଲେ ମହିଳା ନେତା: ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି

ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ ଏବେ ରାଜନୀତି ମାହୋଲ ଅସ୍ତବ୍ୟସ୍ତ ହୋଇଉଠିଛି । ଲୋକଙ୍କ ମନ ଜିତିବା ପାଇଁ ନେତା-ମନ୍ତ୍ରୀ ବିଭିନ୍ନ ପ୍ରକାର ଘୋଷଣା କରିବାରେ ଲାଗିଛନ୍ତି । କିନ୍ତୁ ସବୁ ପ୍ରତିଶ୍ରୁତି ସବୁ ଘୋଷଣା ଭିତରେ ଚର୍ଚ୍ଚାରେ ରହିଛି ‘ପ୍ରତି ଗାଁରେ ବାର୍ ଖୋଲିବା ଘୋଷଣା’ । ନିର୍ବାଚନ ଜିତିଲେ ଲୋକଙ୍କ ପାଇଁ ସବୁ ଗାଁରେ ବାର୍ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଜଣେ ମହିଳା ନେତା । ଏହାସହିତ ବିୟର ଏବଂ ଅନ୍ୟାନ୍ୟ ମଦରେ ଗ୍ରାହକଙ୍କ ପାଇଁ ସବସିଡିର ବ୍ୟବସ୍ତା କରିବା ପାଇଁ ମଧ୍ୟ ସେ ଘୋଷଣା କରିଛନ୍ତି ।

ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ଚିମୁର ଗାଁର ସ୍ୱାଧୀନ ପ୍ରାର୍ଥୀନୀ ବନିତା ରାଉତ ନିର୍ବାଚନ ପୂର୍ବରୁ ଏକ ଅଦ୍ଭୁତ ପ୍ରତିଶ୍ରୁତି ଦେଇଛନ୍ତି । ୨୦୨୪ ଲୋକସଭା ବିଜୟୀ ହେଲେ ଗରିବ ଭୋଟରଙ୍କ ପାଇଁ ‘ବିୟର ବାର୍’ ଖୋଲିବେ ବୋଲି ଘୋଷଣା କରିଛନ୍ତି । ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚିତ ହେଲେ, ପ୍ରତ୍ୟେକ ଗାଁରେ ବାର୍ ଖୋଲିବା ସହ ସାଂସଦ ନିଧିରୁ ଗରିବ ଲୋକମାନଙ୍କୁ ମାଗଣାରେ ହ୍ୱିସ୍କି ଏବଂ ବିୟର ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି ବନିତା ରାଉତ । ସେ କହିଛନ୍ତି ଯେ, ‘ଯେଉଁଠି ଗାଁ, ସେଇଠି ରହିବ ବିୟର ବାର୍… ଏହା ହିଁ ମୋ ଘୋଷଣା ।’ ରାସନ ପ୍ରାଣାଳୀରେ ମଦ ଯୋଗାଇବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ମଦ୍ୟପାନ କରୁଥିବା ଗ୍ରାହକଙ୍କ ସହ ବିକ୍ରେତାଙ୍କ ପାଇଁ ମଧ୍ୟ ଲାିସେନ୍ସର ଆବଶ୍ୟକ ରହିବ ।

ବନିତା ଏଭଳି ପ୍ରତିଶ୍ରୁତି କରିଥିବା ବେଳେ ତାଙ୍କ ପାଖରେ ଏହାର ଯଥାର୍ଥତା ମଧ୍ୟ ରହିଛି । ଏହି ଘୋଷଣାକୁ ଠିକ ବୋଲି ସେ ଏକ ଯୁକ୍ତି ମଧ୍ୟ ବାଢିଛନ୍ତି । ସେ କହିଛନ୍ତି ଯେ, “ଅନେକ ଗରିବ ଲୋକ କଠିନ ପରିଶ୍ରମ କରୁଥିବା ବେଳେ ମଦ୍ୟାପାନ ସେମାନଙ୍କୁ ଆଶ୍ୱସ୍ତି ଦେଇଥାଏ । କିନ୍ତୁ ସେମାନେ ଦାମୀ ହ୍ୱିସ୍କି କିମ୍ବା ବିୟର କିଣିପାରିବେ ନାହିଁ । ତେଣୁ ସେମାନେ କେବଳ ଦେଶ ମଦ ପିଇବାକୁ ପାଆନ୍ତି ଏବଂ ଏହାର ପରିମାଣରେ କୌଣସି ସୀମା ମଧ୍ୟ ନତାଏ । ଯାହା ଫଳରେ ଏହି ଲୋକମାନେ ଅତ୍ୟଧିକ ମଦ୍ୟପାନ କରନ୍ତି । ତେଣୁ, ମୁଁ ଚାହେଁ ଯେ ସେମାନେ ଆମଦାନୀ ହୋଇଥିବା ମଦକୁ ଅନୁଭବ କରନ୍ତୁ ଏବଂ ଉପଭୋଗ କରନ୍ତୁ ।

 

Get real time updates directly on you device, subscribe now.