fbpx

ଘର ତୋଳିବାକୁ ଚାହୁଁଛନ୍ତି କି, ତେବେ ନିର୍ମାଣ ଆଗରୁ ଏହି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ, ନୋହିଲେ…

ଓଡିଶା ଭାସ୍କର: ଆମ ସମସ୍ତଙ୍କ ପାଇଁ ଘରଟିଏ ନିହାତି ଦରକାର । ଭଡା ଘରେ ଭଡା ଗଣିବା ଅପେକ୍ଷା ନିଜର ଘର ଖଣ୍ଡିଏ ହେଲେ ଅନେକ ଫାଇଦା ରହିଛି । ତେଣୁ ଆଜିକାଲିର ଯୁବପିଢି ଏହି ଦିଗଟି ପ୍ରତି ସଚେତନ । ତେଣୁ ଚାକିରି କରିବା ପରେ କେମିତି ଘରଟିଏ କରିବେ, ତାକୁ ଗୁରୁତ୍ୱ ଦେଇଥାନ୍ତି । ଘରଟିଏ ପାଇଁ ଲୋକେ ସବୁ ସମ୍ବଳ ଲଗାଇଦେଇଥାନ୍ତି । ନିଜର ସାଧ୍ୟ ମୁତାବକ, ଆଖିଦୃଶିଆ ଘରଟିଏ କରିଥାନ୍ତି ।

ହେଲେ ଏମିତି ଅନେକ ଅଛନ୍ତି ଯେଉଁମାନେ ଘର କରିବା ପରେ, ସେମାନଙ୍କ ଜୀବନରେ ସମସ୍ୟା ଠିଆହୁଏ । ପରିବାରରେ ଆର୍ଥିକ ଦୁରାବସ୍ଥା, ରୋଗ, ବ୍ୟାଧି, ମାନସିକ ଦୁଶ୍ଚିନ୍ତା, ମତାନ୍ତର, ମନାନ୍ତର ପରି ସ୍ଥିତି ଦେଖାଦିଏ । ଏହାକୁ ନେଇ ସେମାନେ ବୁଝି ପାରି ନ ଥାନ୍ତି ଏମିତି ହେବା ପଛରେ କି କାରଣ ରହିଛି । ଭଡାରେ ବା ପୁରୁଣା ଘରେ ଏହି ସବୁ ସମସ୍ୟା ନ ଥିବା ବେଳେ ନୂଆ ଓ ନିଜ ଘରକୁ ଆସିବା ପରେ କାହିଁକି ଏମିତି ହେଲା ବୋଲି ଚିନ୍ତାରେ ପଡିଯାଇଥାନ୍ତି ।

ଅନେକଙ୍କୁ ପଚାରିବା ବେଳେ ଅନେକ କୁହନ୍ତି, ଘର ବାସ୍ତୁ ଦୋଷ ଥିବ । ହେଲେ ଏହି ଅଭିଯୋଗକୁ ଅନେକ ଖଣ୍ଡନ କରନ୍ତି । କାରଣ ସେମାନେ ଘର ତିଆରି ପୂର୍ବରୁ ବା କିଣିବା ଆଗରେ ସବୁ ବାସ୍ତୁ ଦିଗ ପ୍ରତି ଧ୍ୟାନ ଦେଇଥିବା କହିଥାନ୍ତି । ଯାହାକୁ ନେଇ ବରିଷ୍ଠ ବାସ୍ତୁଶାସ୍ତ୍ର ବିଶେଷଜ୍ଞଙ୍କ ମତ, ଘର ତିଆରି ବେଳେ ବାସ୍ତୁକୁ ଗୁରୁତ୍ୱ ଦେବାଠାରୁ ଅଧିକ ଗୁରୁତ୍ୱ ହୋଇଥାଏ ନିର୍ମାଣ ଆଗର କାମ । ଜମିଟିଏ କିଣି ତା ଉପରେ ଘର ତିଆରି କରିବା ଆଗରୁ ସେହି ଜମିର ଶୋଧନ କରିବାର ଆବଶ୍ୟକତା ରହିଛି ।

ଭୂମି ଶୋଧନ ବା ପୂଜା ଦ୍ୱାରା ଭୂମିରେ ଥିବା ଦୋଷ ଦୂର ହୋଇଥାଏ । ଏବେ ସହରର ଆକାରରେ ବୃଦ୍ଧି ହେଉଛି । ଦିନେ ଯେଉଁଠି ମଶାଣି ଥିଲା ତାହା ସହର ଭିତରେ ବାସଘର ଉପଯୋଗୀ ହୋଇଗଲାଣି । ହେଲେ ସେହି ସ୍ଥାନରେ ପୂର୍ବରୁ ବହୁ ଲୋକଙ୍କ ଅନ୍ତିମ ସଂସ୍କାର ସେହି ମାଟିରେ ହୋଇଛି । ଅନେକଙ୍କର ଆତ୍ମା ସେଠାରେ ଅତୃପ୍ତ ହୋଇ ଖେଳୁଥିବ । ଏମିତି ସମୟରେ ଭୂମିର ପୂଜା ନ କଲେ ପରବର୍ତ୍ତୀ ସମୟରେ ଏହା ଆପଣଙ୍କ ଜୀବନ ପାଇଁ ବିପଦ ହୋଇପାରେ ।

Get real time updates directly on you device, subscribe now.