fbpx

ନିର୍ବାଚନ ପୂର୍ବରୁ ମହଙ୍ଗା ହେଲା ରଶୁଣ, ୫୫୦ ଉପରେ ପହଞ୍ଚିଲା ଦର

ନୂଆଦିଲ୍ଲୀ: ନିର୍ବାଚନର କିଛି ସମୟ ପୂର୍ବରୁ ରଶୁଣ ଦର ଲୋକମାନଙ୍କୁ କନ୍ଦାଉଛି । ରଶୁଣ ଦର ବଢିବାକୁ ନେଇ ଏକ ରେକର୍ଡ ସୃଷ୍ଟି କରିଛି । ପିଆଜ ଦର ରିଟେଲ ମାର୍କେଟରେ ୩୦ ୪୦ ଟଙ୍କା ଭିତରେ ଚାଲିଛି । ସେହିପରି ରଶୁଣ ଦର ବର୍ତ୍ତମାନ ୫୫୦ ଟଙ୍କା ଉପରେ ପହଁଚିଛି । ଗୋଦାମମାନଙ୍କରେ ମଧ୍ୟ ରଶୁଣ କିଲୋ ପିଛା ୩୫୦ ଟଙ୍କାରେ ପହଁଚିଛି ।

ଲୋକମାନେ ପ୍ରତିଦିନ ରଶୁଣର ବ୍ୟବହାର କରୁଛନ୍ତି । ଏହାର ଡିମାଣ୍ଡ ଫାର୍ମା ଇଣ୍ଡଷ୍ଟ୍ରୀରେ ମଧ୍ୟ ହେଉଛି । ପାଖାପାଖି ସମସ୍ତ କଷ୍ଟ ନିବାରଣ ବାମ୍ ଏବଂ ଅନ୍ୟ ଅଏଣ୍ଟମେଣ୍ଟ ରଶୁଣ ତେଲରୁ ପ୍ରସ୍ତୁତ ହେଉଛି । ଭାରତରେ ରଶୁଣ ସବୁଠାରୁ ଅଧିକ ଗୁଜରାଟ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ପରି ରାଜ୍ୟରେ ଉତ୍ପନ୍ନ ହେଉଛି ।

ଦେଶର ସବୁଠାରୁ ବଡ଼ ରଶୁଣ ମଣ୍ଡିମାନଙ୍କ ମଧ୍ୟରୁ ଗୁଜରାଟର ଜାମନଗର ମଣ୍ଡିରେ ରଶୁଣ ମୂଲ୍ୟ କିଲୋ ପିଛା ଶନିବାର ଦିନ ୩୦୦ ରୁ ୩୫୦ ଟଙ୍କା ମଧ୍ୟରେ ରହିଛି । ହେଲେ ଗତ କିଛି ଦିନରେ ଏହା ୩୫୦ ଟଙ୍କାରୁ ଅଧିକ ଯାଇସାରିଛି । ରଶୁଣର ବଢୁଥିବା ଦାମ ସଧାରଣ ଲୋକଙ୍କ ରୋଷେଇରେ ପ୍ରଭାବ ପକାଇଛି । ସେହିପରି ରେଷ୍ଟୁରାଣ୍ଟ ମାଲିକମାନଙ୍କ ଉପରେ ମଧ୍ୟ ଅଧିକ ପ୍ରଭାବ ପଡିଥିବା ଦେଖାଦେଇଛି ।

Get real time updates directly on you device, subscribe now.