fbpx

ନର୍ସିଂ ଷ୍ଟାଫଙ୍କ ଆନ୍ଦୋଳନ ଆଗରୁ ଆସିଲା ଚିିଠି, ମନେ ପକାଇଦେଲେ ଲାଗୁ ହୋଇଛି ଏସମା, ହେବ…

ଭୁବନେଶ୍ୱର: ୧୦ ଦଫା ଦାବି ନେଇ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ କାମ କରୁଥିବା ନର୍ସିଂ ଷ୍ଟାଫ ଆନ୍ଦୋଳନ ପାଇଁ ସଜ ହେଉଛନ୍ତି । ଆସନ୍ତା କାଲି ଠାରୁ ଅନ୍ଦୋଳନକୁ ଓହ୍ଲାଇବେ । ଠିକ ଦିନକ ଆଗରୁ ଆସିଛି ସରକାରୀ ଚିଠିା ଦେଖାଉଛନ୍ତି ନାଲି ଆଖି । ଚିଠିରେ କୁହାଯାଇଛି କି, ଅଗଷ୍ଟ ୭ ତାରିଖରୁ ନର୍ସିଂ ଷ୍ଟାଫଙ୍କ ବିରୋଧରେ ୬ ମାସ ପାଇଁ ଲାଗୁହୋଇଥିବା ଏସମାକୁ କଡାକଡି କରିବାକୁ ସବୁ ସିଡିଏମଓ ଓ ମେଡିକାଲ କଲେଜକୁ ଚିଠି ଦେଇଛନ୍ତି ନର୍ସିଂ ନିର୍ଦ୍ଦେଶକ । ଆନ୍ଦୋଳନକୁ ଓହ୍ଲାଇଲେ ନିୟମ ଅନୁଯାୟୀ ସରକାର ନେବେ କାର୍ଯ୍ୟାନୁଷ୍ଠାନ ।
ସେପଟେ କିନ୍ତୁ ନିଜ ଆନ୍ଦୋଳନକୁ ନେଇ ନର୍ସିଂ ଷ୍ଟାଫ ସଂଘ ପକ୍ଷରୁ ଦିଆଯାଇଥିବା ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା କି, ସେପ୍ଟେମ୍ବର ୨୫-୨୬ରେ ସବୁ ସରକାରୀ ହସ୍ପିଟାଲର ଜେନେରାଲ ୱାର୍ଡ, ଅଣ ଏମର୍ଜେନ୍ସି ବିଭାଗରୁ ନର୍ସିଂ ଅଫିସର ପ୍ରତ୍ୟାହାର ସହ ସେପ୍ଟେମ୍ୱର ୨୭ରୁ ସବୁ ନର୍ସିଂ ଅଫିସର କାର୍ୟ୍ୟ ବନ୍ଦ କରାଯିବ । ଆଉଟସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ, ଠିକା କର୍ମଚାରୀଙ୍କୁ ନିୟମିତ କରିବା ପରି ୧୦ ଦାବି ନେଇ ଏହି ଆନ୍ଦୋଳନ ହେବାକୁ ଯାଉଛି ।
କିନ୍ତୁ ୬ ମାସ ପାଇଁ ରାଜ୍ୟରେ ଇସେନ୍ସିଆଲ ସର୍ଭିସେସ ମେନଣ୍ଟେନାନ୍ସ ଆକ୍ଟ (ଏସମା) ୧୯୮୮ ଲାଗୁ ହୋଇଥିବାରୁ ଜନତାଙ୍କ ସ୍ୱାର୍ଥ ଦୃଷ୍ଟି ଏପରି ଆନ୍ଦୋଳନ କରିବା ଧର୍ତବ୍ୟ ଅପରାଧ । ଏମିତି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

 

Get real time updates directly on you device, subscribe now.