fbpx

(video)ଦୁବାଇରେ କିଙ୍ଗ ଖାନ୍‌ଙ୍କ ଜଲୱା, ଆକାଶରେ ‘ଡଙ୍କି’ର ଟାଇଟେଲ ସହ ଶାହରୁଖଙ୍କ ସିଗନେଚର ପୋଜ୍ ଆଙ୍କିଲା ଡ୍ରୋନ୍‌

Advertisement

ନୂଆଦିଲ୍ଲୀ: ଶାହରୁଖ ଖାନ୍ ଏବେ ନିଜର ବହୁ ପ୍ରତିକ୍ଷୀତ ଫିଲ୍ମ ଡଙ୍କିକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହାରି ମଧ୍ୟରେ ଗତ ରାତିରେ ତାଙ୍କ ଫିଲ୍ମ ଡଙ୍କି ବିଶ୍ୱର ସବୁଠାରୁ ବୃହତ୍ତ କୋଠା ବୁର୍ଜ ଖଲିଫାରେ ପ୍ରଦର୍ଶିତ ହୋଇଛି । ଏହି ସମୟରେ ଫିଲ୍ମର ପ୍ରମୋଶନ ଲାଗି ସ୍ପେସିଆଲ ଡ୍ରୋନ୍ ଶୋ’ର ଆୟୋଜନ କରାଯାଇଥିଲା ଏଥିରେ ଅଭିନେତାଙ୍କ ସିଗନେଚର ପୋଜ୍ ଦେଖିବାକୁ ମିଳିଥିଲା ।

ଶାହରୁଖ ଖାନ୍ କେବଳ ବଲିଉଡ୍‌ର ନୁହେଁ ଫ୍ୟାନ୍ସଙ୍କ ହୃଦୟର ବାଦଶାହ । ଚଳିତ ବର୍ଷ ଶାହରୁଖଙ୍କ ଫିଲ୍ମ ପଠାନ ଓ ଜବାନ ବକ୍ସ ଅଫିସ୍‌ରେ ହିଟ୍ ହୋଇଛି । ଏବେ ତାଙ୍କର ତୃତୀୟ ଫିଲ୍ମ ଡଙ୍କି ମଧ୍ୟ ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗିବାକୁ ଆସୁଛି । ଏହାରି ମଧ୍ୟରେ ଗତ ରାତିରେ ଫିଲ୍ମର ଟ୍ରେଲର ବିଶ୍ୱର ସବୁଠାରୁ ବୃହତ୍ତ କୋଠା ବୁର୍ଜ ଖଲିଫାରେ ପ୍ରଦର୍ଶିତ ହୋଇଛି ।

କେବଳ ଏତିକି ନୁହେଁ ଏହି ସମୟରେ କିଙ୍ଗ ଖାନ୍‌ଙ୍କ ଫିଲ୍ମର ପ୍ରମୋଶନ ଲାଗି ସ୍ୱତନ୍ତ୍ର ଡ୍ରୋନ୍ ଶୋ’ର ଆୟୋଜନ କରାଯାଇଥିଲା । ଏହି ଡ୍ରୋନ୍ ଶୋ’ରେ ଶାହରୁଖ ଖାନ୍‌ଙ୍କ ନାମ ଠାରୁ ଆରମ୍ଭ କରି ଡଙ୍କିର ଟାଇଟେଲ ଓ କିଙ୍ଗ୍ ଖାନ୍‌ଙ୍କ ସିଗନେଚର ଓପନ ଆର୍ମ ପୋଜ୍‌ର ପାଟର୍ଣ୍ଣ ମଧ୍ୟ ଆକାଶରେ ଡ୍ରୋନ୍ ଦ୍ୱାରା ତିଆରି କରାଯାଇଥିଲା । ଏହି ସ୍ୱତନ୍ତ୍ର ଶୋ’ ଦେଖିବା ପାଇଁ ଶାହରୁଖ ଖାନ୍ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଓ ହଜାର ହଜାର ପ୍ରଶଂସକଙ୍କ ମଧ୍ୟରେ ନୌକା ଉପରେ ଏକାକୀ ଛିଡା ହୋଇ ନିଜର ସିଗନେଚର ପୋଜ୍ ଦେଇଥିଲେ । କିଙ୍ଗ୍ ଖାନ୍‌ଙ୍କ ମ୍ୟାନେଜର ପୂଜା ଦଦଲାନୀ ନିଜ ଏକ୍ସ ଆକାଉଣ୍ଟରେ ଡ୍ରୋନ୍ ଶୋ’ର ଏକ ଭିଡିଓ ସେୟାର କରିବା ସହିତ ଏହାକୁ ଅଦ୍ଭୁତ ବୋଲି ଲେଖିଛନ୍ତି । ଶାହରୁଖଙ୍କ ଫିଲ୍ମ ‘ଡଙ୍କି’ ୨୧ ଡିସେମ୍ବର ଅର୍ଥାତ୍ କାଲି ସିନେମାଘରେ ରିଲିଜ୍ ହେବ ।

 

Get real time updates directly on you device, subscribe now.