fbpx

ଆରେଞ୍ଜ୍ ମ୍ୟାରେଜ୍ ପାଇଁ ରାଜି ହେବା ପୂର୍ବରୁ ପଚାରିନିଅନ୍ତୁ ଏହି ୩ଟି କଥା, ଆଉ କରିବାକୁ ପଡ଼ିବନି ପଶ୍ଚାତାପ

ନୂଆଦିଲ୍ଲୀ: ଭାରତର ଅଧିକାଂଶ ଲୋକ ଆରେଞ୍ଜ ମ୍ୟାରେଜ୍ କୁ ପସନ୍ଦ କରନ୍ତି । ଆରେଞ୍ଜ ମ୍ୟାରେଜ୍ ରେ ବର ଏବଂ କନ୍ୟାକୁ ଏକାଠି କରିବାର କାର୍ୟ୍ୟ ଉଭୟ ପରିବାର ଦ୍ୱାରା କରାଯାଇଥାଏ । ଅନେକ ଲୋକଙ୍କୁ ଏହା ଆରମ୍ଭରେ ଟିକେ ଅଜବ ଲାଗୁଥାଇପାରେ କିନ୍ତୁ କଥା ଆଗକୁ ବଢ଼ିବା ପରେ ବିଭିନ୍ନ କଥା ବୁଝିବାକୁ ମିଳେ । ଆରେଞ୍ଜ ମ୍ୟାରେଜ୍ ସମୟରେ କଥାବାର୍ତ୍ତ କରିବା ପୂର୍ବରୁ ସାଧାରଣତଃ ପୁଅ-ଝିଅ ମାନେ ପରିବାର ଓ କ୍ୟାରିୟର୍ ସମ୍ପର୍କରେ କଥାବାର୍ତ୍ତା କରିଥାନ୍ତି । ହେଲେ କିଛି ଏପରି କଥା ମଧ୍ୟ ରହିଛି ଯାହା ବିବାହ ପୂର୍ବରୁ ଜାଣିବା ନିହାତି ଆବଶ୍ୟକ । ନଚେତ୍ ପରେ ତାହା ବୈବାହିକ ଜୀବନରେ ଫାଟ ସୃଷ୍ଟି କରିପାରେ । ଯଦି ଆପଣ ଆରେଞ୍ଜ ମ୍ୟାରେଜ୍ ପରେ ଜୀବନସାଥୀଙ୍କ ସହିତ ଖୁସିର ଜୀବନ ଚାହୁଁଛନ୍ତି ତାହେଲେ ବିବାହ ପାଇଁ କଥାବାର୍ତ୍ତା କରିବା ସମୟରେ ଏହି ୩ଟି କଥା ପଚାରିନିଅନ୍ତୁ ।

ପ୍ରଥମଟି ହେଉଛି ଫାଇନାନ୍ସିଆଲ କାପାବିଲିଟି ଅର୍ଥାତ୍ କେତେ ଟଙ୍କା ରୋଜଗାର କରୁଛନ୍ତି । କାରଣ କେବଳ ବିବାହ କରିବା ଯଥେଷ୍ଟ ନୁହେଁ ବିବାହ ପରେ ପରିବାରକୁ ଚଳାଇବାର ଯଥେଷ୍ଟ ପୁଅ ପାଖରେ ରହିଥିବା ଦରକାର । ତାହେଲେଯାଇ ଗୋଟିଏ ଖୁସିର ଜୀବନ ଅତିବାହିତ କରିହେବ । ଆଉ ଯଦି ପୁଅ-ଝିଅ ଦୁହେଁ ରୋଜଗାର କରୁଛନ୍ତି ତାହେଲେ ଏସବୁ ସମ୍ପର୍କରେ ଖୋଲାଖୋଲି ଭାବରେ କଥା ହେବା ଜରୁରୀ । ଯେମିତିକି ବିବାହ ପରେ ଖର୍ଚ୍ଚକୁ ଦୁହେଁ ଦୁହିଁଙ୍କ ମଧ୍ୟରେ କିପରି ଭାବେ ବାଣ୍ଟିବେ ? କଣ ଅଧା ଅଧା ବାଣ୍ଟିବାକୁ ପସନ୍ଦ କରିବେ? ଇତ୍ୟାଦି । ଆଉ ଯଦି ବିବାହ ପରେ ଆପଣ ନିଜ ବାପାମାଆଙ୍କ ଖର୍ଚ୍ଚ ଉଠାଇବାକୁ ଚାହୁଁଛନ୍ତି ତାହେଲେ ଏହା ପୂର୍ବରୁ ହିଁ ପାର୍ଟନର୍ ଙ୍କୁ ଜଣାଇ ଦେବା ଦରକାର ।

ଅତୀତ ସମ୍ପର୍କରେ ପଚାରି ବୁଝିନିଅନ୍ତୁ । ଆରେଞ୍ଜ ମ୍ୟାରେଜ୍ କଥା ଆଗକୁ ବଢ଼ାଇବା ପୂର୍ବରୁ ନିଜ ସ୍ୱାମୀ ତଥା ପାର୍ଟନରଙ୍କ ଅତୀତ ସମ୍ପର୍କରେ ପଚାରି ବୁଝିନିଅନ୍ତୁ । ଯେପରିକି ନିର୍ବନ୍ଧ ଭାଙ୍ଗିଛି କି? ଛାଡ଼ପତ୍ର ହୋଇଛି କି? ପ୍ରେମ ସମ୍ପର୍କ ଇତ୍ୟାଦି ବିଷୟରେ କଥାବାର୍ତ୍ତା କରିନିଅନ୍ତୁ ।

ତୃତୀୟରେ ଅଧିକାଂଶ ପରିବାର ଆଶା ରଖିଥାନ୍ତି ଯେ, ବିବାହ ପରେ ମହିଳା ମାନେ ଘରର ଦାୟିତ୍ୱ ନିଭାଇବେ ରା ଯେପରିକି ଖାଇବା ତିଆରି କରିବା, ସଫା ସଫି କରିବା, ଲୁଗାପଟା ଧୋଇବା ଇତ୍ୟାଦି ଘରୋଇ କାମ । ଆଉ ଯଦି ଆପଣ ଜଣେ ୱର୍କିଂ ଉମେନ୍ ବା ଚାକିରୀରେ ନିୟୋଜିତ ଥିବା ମହିଳା ତାହେଲେ ଏହିକଥା ବିବାହ ଆଗରୁ ହିଁ କ୍ଲିୟର୍ କରିଦେବା ବୁଦ୍ଧିମାନର କାମ ହେବ । ହେବାକୁ ଥିବା ପାର୍ଟନର୍ ଙ୍କ ବିବାହ ପୂର୍ବରୁ ପଚାରି ନିଅନ୍ତୁ ଯେ, ଆପଣ ଦାୟିତ୍ୱ ଉଠାଇବେ କି ନାହିଁ ।

Get real time updates directly on you device, subscribe now.