“ବୁମରାହଙ୍କୁ ଆହତ କର.. ମ୍ୟାଚ୍ ଜିତ”, ସାମ୍ନାକୁ ଆସିଲା ବେନ୍ ଷ୍ଟୋକ୍ସ ଏବଂ ଆର୍ଚରଙ୍କ ଖତରନାକ୍ ପ୍ଲାନ
ଲର୍ଡସରେ ବେନ୍ ଷ୍ଟୋକ୍ସ ଏବଂ ଆର୍ଚରଙ୍କ ଖତରନାକ୍ ପ୍ଲାନ
ନୂଆଦିଲ୍ଲୀ: ଲର୍ଡସ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଭାରତକୁ ପରାଜୟର ଶିକାର ହେବାକୁ ପଡ଼ିଛି। ଏହି ମୁକାବିଲାରେ ଇଂଲଣ୍ଡର ଏକ ଭୟଙ୍କର ପ୍ଲାନ ସାମ୍ନାକୁ ଆସିଛି, ଯାହା ସେମାନେ ଜଶପ୍ରିତ ବୁମରାହଙ୍କ ବିରୋଧରେ କରିଥିଲେ।
ରବୀନ୍ଦ୍ର ଜାଡେଜା ଏବଂ ବୁମରାହ ମ୍ୟାଚର ପଞ୍ଚମ ଦିନ ଟିମକୁ ଜିତାଇବା ପାଇଁ ଖୁବ ପ୍ରୟାସ କରୁଥିଲେ। ଏହି ସମୟରେ ଅଧିନାୟକ ବେନ୍ ଷ୍ଟୋକ୍ସ ଏବଂ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ବୁମରାହଙ୍କୁ ଆହତ କରି ମ୍ୟାଚ ଜିତିବାର ପ୍ଲାନ କରିଥିଲେ। ଏହାର ଖୁଲାସା ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ କରିଛନ୍ତି।
ମହମ୍ମଦ କୈଫଙ୍କ ଦାବି: ପୂର୍ବତନ ଟିମ୍ ଇଣ୍ଡିଆ କ୍ରିକେଟର ମହମ୍ମଦ କୈଫ୍ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କଥାବାର୍ତ୍ତା କରି ଦାବି କରିଛନ୍ତି ଯେ. ଲର୍ଡସ୍ ଟେଷ୍ଟ ମ୍ୟାଚ୍ରେ ୧୯୩ ରନ୍ର ଟାର୍ଗେଟକୁ ପିଛା କରୁଥିବା ସମୟରେ ବୁମରାହ ଏବଂ ଜାଡେଜା ନବମ ୱିକେଟ୍ ପାଇଁ ୩୫ ରନ୍ର ପାର୍ଟନରସିପ୍ କରି ଇଂଲଣ୍ଡର ଚିନ୍ତା ବଢ଼ାଇ ଦେଇଥିଲେ। ଏହି ସମୟରେ, ଆୟୋଜକ ଦଳ ଜାଣିଶୁଣି ବୁମରାହଙ୍କ ଉପରେ ବାଉନ୍ସର ବର୍ଷା କରି ତାଙ୍କୁ ଆହତ କରିବାକୁ ଷଡ଼ଯନ୍ତ୍ର କରିଥିଲା।
ପୂର୍ବତନ ଭାରତୀୟ କ୍ରିକେଟର ଅଭିଯୋଗ କରିଛନ୍ତି ଯେ, ଅଧିନାୟକ ବେନ୍ ଷ୍ଟୋକ୍ସ ଏବଂ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ବିଶ୍ୱାସ କରୁଥିଲେ ଯେ, ଯଦି ସେମାନେ ବୁମରାହଙ୍କୁ ଆଉଟ୍ କରିପାରିବେ ନାହିଁ, ତେବେ ସେମାନେ ମାଞ୍ଚେଷ୍ଟରରେ ଚତୁର୍ଥ ଟେଷ୍ଟ ପୂର୍ବରୁ ଅତି କମରେ ତାଙ୍କୁ ଆହତ କରିପାରିବେ।
ବୁମରାହ ଦ୍ୱିତୀୟ ଇନିଂସରେ 54 ବଲ୍ ରେ 5 ରନ୍ କରିଥିଲେ। ସେ ରବିନ୍ଦ୍ର ଜାଡେଜାଙ୍କ ସହ ମିଶି 22 ଓଭରରେ 35 ରନ୍ ଯୋଡ଼ି ଦଳକୁ ବିଜୟର ନିକଟତର କରିଥିଲେ।
ଯୋଜନା ଥିଲା କାନ୍ଧ କିମ୍ବା ଆଙ୍ଗୁଠିକୁ ଆଘାତ କରିବା: କୈଫ ଆହୁରି କହିଛନ୍ତି, “ଷ୍ଟୋକ୍ସ ଏବଂ ଆର୍ଚର ବୁମରାହଙ୍କ ବିରୁଦ୍ଧରେ ବାଉନ୍ସର ପକାଇବାକୁ ଯୋଜନା କରୁଥିଲେ।
ସେମାନେ ବୁମରାହଙ୍କ କାନ୍ଧ କିମ୍ବା ଆଙ୍ଗୁଠିକୁ ଆଘାତ କରିବାକୁ ଚାହୁଁଥିଲେ”। ଏହି ସମୟରେ, ଆର୍ଚରଙ୍କ ଗୋଟିଏ ବଲ୍ ବୁମରାହଙ୍କ ଆଙ୍ଗୁଠିରେ ବାଜିଥିଲା, କିନ୍ତୁ ଏହା ଏକ ଗୁରୁତର ଆଘାତ ନଥିଲା। ତଥାପି, ଇଂଲଣ୍ଡର ଯୋଜନା କାମ କଲା ଏବଂ ବୁମରାହ ଭୁଲ ସଟ୍ ଖେଳି ଷ୍ଟୋକ୍ସଙ୍କ ଶିକାର ହେଲେ।