fbpx

ଦିନିକିଆ କ୍ରିକେଟ୍‌କୁ ଅଲବିଦା କହିଲେ ବେନ୍ ଷ୍ଟୋକ୍ସ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବେ ଶେଷ ମ୍ୟାଚ୍

ନୂଆଦିଲ୍ଲୀ: ଇଂଲଣ୍ଡକୁ ୨୦୧୯ରେ ବିଶ୍ୱକପ୍ ଜିତାଇଥିବା ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଦିନିକିଆ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଲମ୍ବା ବୟାନ ସହ ବେନ୍ ଷ୍ଟୋକ୍ସ ଏହି ଘୋଷଣା କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଙ୍ଗଳବାର ଆରମ୍ଭ ହେବାକୁ ଥିବା ପ୍ରଥମ ମ୍ୟାଚ୍ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ହେବ।

ବେନ୍ ଷ୍ଟୋକ୍ସ ତାଙ୍କ ବୟାନରେ କହିଛନ୍ତି, “ମଙ୍ଗଳବାର ଦିନ ଇଂଲଣ୍ଡ ପାଇଁ ମୋର ଶେଷ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଖେଳିବି। ମୁଁ ଏହି ଫର୍ମାଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଏହା କରିବା ଏକ ଅଦ୍ଭୁତପୂର୍ବ ନିଷ୍ପତ୍ତି ଅଟେ। ମୋର ସାଥୀମାନଙ୍କ ସହିତ ଇଂଲଣ୍ଡ ପାଇଁ ଖେଳିବାର ପ୍ରତ୍ୟେକ ମିନିଟକୁ ମୁଁ ଭଲ ପାଏ। ଏହି ରାସ୍ତାରେ ଏକ ଅବିଶ୍ୱସନୀୟ ଯାତ୍ରା ରହିଛି। ଏହି ନିଷ୍ପତ୍ତି ଯେତିକି କଷ୍ଟସାଧ୍ୟ ଥିଲା, ଏହାର ମୁକାବିଲା କରିବା ଏତେ କଷ୍ଟସାଧ୍ୟ ନୁହେଁ ଯେ ମୁଁ ଏହି ଫର୍ମାଟରେ ମୋର ସାଥୀମାନଙ୍କୁ ଆଉ ୧୦୦% ଦେଇ ପାରିବି ନାହିଁ।’

ଟେଷ୍ଟ୍ ଦଳର ଅଧିନାୟକ ଥିବା ବେନ୍ ଷ୍ଟୋକ୍ସ ଇଂଲଣ୍ଡ ପାଇଁ ୧୦୪ଟି ଦିନିକିଆ ମ୍ୟାଚ୍ ଖେଳି ୭୪ ଉଇକେଟ୍ ନେବା ସହିତ ୨୯୧୯ ରନ୍ କରିଛନ୍ତି। ଦିନିକିଆ ଖେଳ ଜୀବନରେ ବେନ୍ ଷ୍ଟୋକ୍ସ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୨୦୧୯ ବିଶ୍ୱ କପ୍ ଫାଇନାଲ୍‌ରେ ନିଉଜିଲାଣ୍ଡ ବିପକ୍ଷରେ କରିଥିଲେ। ଏହି ମ୍ୟାଚ୍‌ରେ ସେ ୮୪ ରନ୍ କରି ଅପରାଜିତ ରହିଥିଲେ। ଏହି ମ୍ୟାଚ୍ ଜିତି ଇଂଲଣ୍ଡ ଏହାର ପ୍ରଥମ ବିଶ୍ୱକପ୍ ଜିତିଥିଲା।

ଜୋ ରୁଟ୍ ଟେଷ୍ଟ୍ ଅଧିନାୟକ ପଦ ଛାଡ଼ିବା ପରେ ବେନ୍ ଷ୍ଟୋକ୍ସଙ୍କୁ ଏହି ଦାୟୀତ୍ୱ ମିଳିଛି। ଏହି କାରଣରୁ ବେନ୍ ଷ୍ଟୋକ୍ସଙ୍କ ମାନୁଛନ୍ତି ଯେ, ଆଗକୁ ସେ ଦିନିକିଆ କ୍ରିକେଟ୍‌କୁ ତାଙ୍କର ୧୦୦% ପ୍ରଦର୍ଶନ ଦେଇପାରିବେ ନାହିଁ । ତେଣୁ ସେ ଦିନିକିଆ କ୍ରିକେଟ୍‌କୁ ଅଲବିଦା କହିଛନ୍ତି।

Get real time updates directly on you device, subscribe now.