ଇଂଲଣ୍ଡ କ୍ୟାପ୍ଟେନ୍ ଜଶପ୍ରୀତ ବୁମରାଙ୍କୁ ଆହତ କରିବା ପାଇଁ କରିଥିଲେ ଯୋଜନା, ଶୁଭମନଙ୍କ ଭୁଲ ନିଷ୍ପତ୍ତି ପରାଜୟର କାରଣ
ଭାତୀୟ କ୍ରିକେଟ ଟିମ୍ କ୍ୟାପ୍ଟେନ ଶୁଭମନଙ୍କ ଉପରେ ବର୍ଷିଲେ ମହମ୍ମଦ କୈଫ୍ । ପୁରୁଣା ଷଡ଼ଯନ୍ତ୍ର ବିଷୟ ଉପରେ କଲେ ଆଲୋକପାତ ।
ଇଂଲଣ୍ଡ: ଲର୍ଡସ ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍ ଇଂଲଣ୍ଡଠାରୁ ଭାରତୀୟ ଟିମ ହାରିବା ପରେ ଅନେକ ବିବାଦ ମୁଣ୍ଡ ଟେକିବାରେ ଲାଗିଛି । ଭାରତକୁ ୧୯୩ ଟାର୍ଗେଟ ପୂରା କରିବାକୁ ଥିବାବେଳେ ଟିମ ମାତ୍ର ୧୭୦ ରନ୍ ଯୋଗାଡ଼ କରିପାରିଥିଲା ।
ମ୍ୟାଚରେ ରବିନ୍ଦ୍ର ଜାଡେଜା, ଜଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜଙ୍କ ପର୍ଫମାନ୍ସ ଭଲ ଥିବାବେଳେ ଭାରତୀୟ କ୍ରିକେଟ ଟମର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମହମ୍ମଦ କୈଫ ସିରାଜ ଏବଂ ଟିମର କ୍ୟାପ୍ଟେନ୍ ଶୁଭମନଙ୍କୁ ଦାୟି କରିଛନ୍ତି ।
ସିରାଜ ପ୍ରଥମ ଇନିଂଶରେ ବଲ୍ ଚେଞ୍ଚ କରିବା ପାଇଁ ନିଷ୍ପତ୍ତି ନେବା କାରଣରୁ ବଲ ଠିକ ଭାବେ ଗତି କରି ନ ଥିଲା, ଯାହା ରନ୍ ବନେଇବାରେ ବାଧା ସୃଷ୍ଟି କରିଥିଲା ବୋଲି କୈଫ କହିଛନ୍ତି । ଅନ୍ୟପଟେ ଶୁଭମନଙ୍କ ନିଷ୍ପତ୍ତି ନେବାରେ ଅନେକ ତ୍ରୁଟି ଥିବା ସେ ଦର୍ଶାଇଛନ୍ତି ।
ନିଜ ୟୁଟ୍ୟୁବ ଚ୍ୟାନେଲରେ କୈଫ କହିଛନ୍ତି, ୨୦୦୨ ମସିହା ଲର୍ଡସରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଇଂଲଣ୍ଡ କ୍ୟାପ୍ଟେନ ବେନ ଷ୍ଟ୍ରୋକ୍ ଏବଂ ପେସର ଜୋଫ୍ରା ଆର୍ଚର ବୁମରାଙ୍କୁ ଟାର୍ଗେଟ କରିଥିଲେ ।
ଦୁହେଁ ବୁମରାଙ୍କୁ ବାଉନ୍ସର ବୋଲିଂ କରିବାର ଯୋଜନା କରିଥିଲେ । ଯାହାଦ୍ୱାରା ବୁମରାଙ୍କ ଆଙ୍ଗୁଳି କିମ୍ବା କାନ୍ଧରେ ଆଘାତ ଲାଗିବ । ସେମାନଙ୍କ ମୁଣ୍ଡରେ ଗୋଟିଏ କଥା ଚାଲୁଥିଲା ଇଣ୍ଡିଆର ମେନ୍ ବୋଲରକୁ ଆହତ କରିବା ।