fbpx

ଦେଶୀ ଘିଅରେ ରହିଛି ଏହିସବୁ ଔଷଧୀୟ ଗୁଣ, ଆଜି ହିଁ ଖାଇବା ଆରମ୍ଭ କରିଦିଅନ୍ତୁ

Advertisement

ଦେଶୀ ଘିଅ ହେଉଛି ଏକ ଶକ୍ତିଶାଳୀ ଜିନିଷ । ଏହାକୁ ସେବନ କରିବା ଦ୍ୱାରା ଆମକୁ ବହୁ ରୋଗରୁ ରକ୍ଷା ମିଳିଥାଏ । ତେଣୁ ଘିଅକୁ ଆରୋଗ୍ୟକାରୀ ଖାଦ୍ୟ ବୋଲି କୁହାଯାଇଥାଏ । ଆମ ଶରୀର ପାଇଁ ଘିଅ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି । ତେଣୁ ଆଜିଠାରୁ ଖାଦ୍ୟରେ ଦେଶୀ ଘିଅକୁ ସାମିଲ କରିବା ଦରକାର । ପ୍ରତିଦିନ ଅତି କମରେ ୨ ଚାମଚ ଘିଅ ସେବନ କରିବା ଉଚିତ । ଆସନ୍ତୁ ଜାଣିବା ଘିଅ ସେବନ କଲେ କଣ ସବୁ ଉପକାରିତା ମିଳିଥାଏ ।

– କିଛି ଲୋକଙ୍କ ଧାରଣା ରହିଥାଏ ଯେ ଘିଅ ଖାଇବା ଦ୍ୱାରା ଶରୀରରେ ଓଜନ ବୃଦ୍ଧି ଘଟିଥାଏ । କିନ୍ତୁ ଏହା ଏକ ଭୁଲ ଧାରଣା । ପ୍ରକୃତରେ ଘିଅ ସେବନ କରିବା ଦ୍ୱାରା ଓଜନ ହ୍ରାସ ଘଟିଥାଏ । ତେଣୁ ଆପଣମାନେ ନିୟମିତ ଗାଈ ଘିଅ ସେବନ କରିବା ଉଚିତ । କାରଣ ଗାଈ ଘିଅରେ କୋଲେଷ୍ଟରଲର ମାତ୍ରା କମ ରହିଥାଏ, ଯାହା ଶରୀରରେ ଓଜନ ବୃଦ୍ଧିକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।

– ଘିଅ ସେବନ କରିବା ଫଳରେ ଆମର ସମସ୍ତ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ବିଶେଷ କରି କୋଷ୍ଠକାଠିନ୍ୟକୁ ଘିଅ ଦୂରେଇବାରେ ସହାୟକ ହୁଏ । ଘିଅ ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥକୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରିଥାଏ । ଫଳରେ ଶରୀର ସର୍ବଦା ଫିଟ୍ ରହିଥାଏ ।

– ହୃଦରୋଗୀଙ୍କ ପାଇଁ ଘିଅ ଉତ୍ତମ ସାବ୍ୟସ୍ତ ହୋଇଥାଏ । ବିଶେଷଜ୍ଞଙ୍କ ମତରେ, ଦେଶୀ ଘିଅକୁ ପ୍ରତିଦିନ ଅଳ୍ପ ପରିମାଣରେ ସେବନ କରିବା ଶରୀର ପାଇଁ ଠିକ୍ ହୋଇଥାଏ । ଏପରିକି ଛୋଟ ପିଲାମାନେ ମଧ୍ୟ ଏହାକୁ ଅଧିକ ପରିମାଣରେ ସେବନ କରିପାରିବେ । ଘିଅ ଖରାପ କୋଲେଷ୍ଟରଲକୁ ହ୍ରାସ କରିବା ଓ ଭଲ କୋଲେଷ୍ଟରଲକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.