fbpx

ନଡ଼ିଆ ରେ କଣ ରହିଛି ଔଷଧୀୟ ଗୁଣ, ଜାଣନ୍ତୁ

Advertisement

ନଡ଼ିଆକୁ ଶ୍ରୀଫଳ ଓ ସମସ୍ତ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ନଡ଼ିଆ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ବେଶ ଫାଇଦା ହୋଇଥାଏ। ନଡ଼ିଆରେ ପ୍ରଚୁର ପରିମାଣରେ ଭିଟାମିନ୍‌, ଆମିନୋ ଏସିଡ୍‌, ଫାଇବର, କାର୍ବୋହାଇଡ୍ରେଟ୍‌ ଓ ପ୍ରୋଟିନ୍‌ ଆଦି ରହିଛି।ଏହିିିସବୁ ପୋଷକତତ୍ତ୍ୱ ଶରୀରକୁ ଫିଟ ରଖିବାରେ ସାହାଯ୍ୟ କରେ । ତେବେ ଆସନ୍ତୁ ଜାଣିବା ନଡ଼ିଆ ଖାଇଲେ ଆମର କ’ଣ କ’ଣ ଉପକାର ହୋଇଥାଏ।

ନଡ଼ିଆରେ ଫାଇବରର ମାତ୍ରା ଅଧିକ ଥାଏ ଯାହା ଫଳରେ ଏହା  କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ।  କିଛି ଦିନ ନିୟମିତ ଭାବେ ରାତିରେ ଗୋଟିଏ ଛୋଟ ଖଣ୍ଡ ନଡ଼ିଆ ଖାଇଲେ   ପେଟ ଜନିତ ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିବ।

ବାନ୍ତି ଲାଗୁଥିଲେ ପାଟିରେ ଗୋଟେ ଛୋଟ ନଡ଼ିଆ ଖଣ୍ଡ ରଖି ଚୋବନ୍ତୁ ଦେଖିବେ କିଛି ସମୟ ଭିତରେ ବାନ୍ତି ଲାଗିବା ବନ୍ଦ ହୋଇଯିବ।

ନଡ଼ିଆ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଯାହାଦ୍ୱାରା ରୋଗ ବେଶି ହୋଇନଥାଏ।

ଖରାଦିନେ ନଡ଼ିଆ ଖାଇବା ଦ୍ୱାରା ଶରୀରର ଜଳୀୟଅଂଶ ନିୟନ୍ତ୍ରିତ ରହିଥାଏ ଯାହାଦ୍ୱାରା ଶରୀରକୁ ଥଣ୍ଡା ଅନୁଭୂତ ହୋଇଥାଏ।

ନଡ଼ିଆ ଖାଇବା ଦ୍ୱାରା ଓଜନ ମଧ୍ୟ ହ୍ରାସ ପାଇଥାଏ।

Get real time updates directly on you device, subscribe now.