fbpx
BJD
BJD SKY
BJD SKY

ସକାଳୁ ପିଅନ୍ତୁ ମେଥି ପାଣି, ମିଳିବ ଏହି ଫାଇଦା

ମେଥି ସମସ୍ତଙ୍କ ଘରେ ବ୍ୟବହାର ତ’ ନିଶ୍ଚୟ କରିଥାନ୍ତି । ଆମେ ଅନେକ ଉପାୟରେ ମେଥିକୁ ଖାଇଥାଉ । ମେଥିକୁ ଅନେକ ଘରୋଇ ଉପଚାରରେ ମଧ୍ୟ ବ୍ୟବହାର କରାଯାଇଥାଏ । । ମେଥିରେ ଅନେକ ପୋଷକ ତତ୍ତ୍ୱ ଯାହା ଶରୀର ପାଇଁ ଜରୁରୀ । ମେଥିରେ ପ୍ରୋଟିନ୍, ଫାଇବର, କ୍ୟାଲସିୟମ୍, ଆଇରନ୍, ଫସଫରସ୍, ପୋଟାସିୟମ୍, ଜିଙ୍କ, ମାଙ୍ଗାନିଜ୍, ଭିଟାମିନ୍ ସି, ଭିଟାମିନ୍ ବି, ସୋଡିୟମ୍, କାର୍ବୋହାଇଡ୍ରେଟ୍ ଇତ୍ୟାଦି ଥାଏ । ତେବେ ଜାଣନ୍ତୁ ମେଥି ପାଣି ପିଇବା ଦ୍ୱାରା କ’ଣ ଲାଭ ହୋଇଥାଏ ।

ମେଥି ପାଣି ତିଆରି କରିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବନାହିଁ ପରିଶ୍ରମ କରିବାର ଆବଶ୍ୟକତା ନାହିଁ । ରାତିରେ ଏକ ଗ୍ଲାସ୍ ପାଣିରେ ଦେଢ଼ ଚାମଚ ମେଥି ମଞ୍ଜି ଭିଜାନ୍ତୁ । ସକାଳେ ଏହି ପାଣିକୁ ଭଲ ଭାବରେ ଛାଣି ଖାଲି ପେଟରେ ପିଅନ୍ତୁ । ଯଦି ଆପଣ ଚାହାଁନ୍ତି, ଆପଣ ପରେ ମଧ୍ୟ ମେଥିକୁ ରୋଷେଇରେ ବ୍ୟବହାର କରିପାରିବେ । ସକାଳେ ଖାଲି ପେଟରେ ମେଥି ପାଣି ପିଇବା ଶରୀରରେ ଥିବା ବିଷାକ୍ତ ଉପାଦାନକୁ ବାହାର କରିଦିଏ । ତେବେ ଗର୍ଭବତୀ ମହିଳା ଏହାକୁ ଡାକ୍ତରଙ୍କ ପରାମର୍ଶରେ ଖାଇବା ଉଚିତ୍ ।

ଖାଲି ପେଟରେ ମେଥି ପାଣି ପିଇବା ଦ୍ୱାରା ଏହାର ଅନେକ ଲାଭ ରହିଛି:

୧. ଓଜନ ହ୍ରାସ କରିବାରେ ଏହା ବହୁତ ସାହାଯ୍ୟକାରୀ

୨. ଏହା କୋଲେଷ୍ଟ୍ରଲକୁ ଅତି ଶୀଘ୍ର ହ୍ରାସ କରିଥାଏ

୩. ମଧୁମେହକୁ ନିୟନ୍ତ୍ରଣ କରେ

୪. ଶରୀରକୁ ସଫା କରିଥାଏ

୫. ଏହା ଏସିଡିଟି ସମସ୍ୟାକୁ ଦୂର କରିଥାଏ

୬. ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ

୭. କୋଷ୍ଠକାଠିନ୍ୟକୁ ମଧ୍ୟ ଦୂର କରିଥାଏ

୮. ଏହା ଗଣ୍ଠି ଯନ୍ତ୍ରଣାକୁ ମଧ୍ୟ ହ୍ରାସ କରିଥାଏ

୯.ଭୋକ ବଢ଼ାଇବାରେ ସାହାଯ୍ୟକାରୀ ଅଟେ

୧୦. ଏହା ମଧ୍ୟ ଋତୁସ୍ରାବର ସମସ୍ୟାରୁ ମୁକ୍ତି ଦେଇଥାଏ

Get real time updates directly on you device, subscribe now.