fbpx

48 MegaPixel କ୍ୱାଡ କ୍ୟାମେରା ସହ ଭାରତରେ ଲଞ୍ଚ ହେଲା Samsungର ନୂଆ ଫୋନ, ଜାଣନ୍ତୁ ଦାମ ଏବଂ ଫିଚର୍ସ

ନୂଆଦିଲ୍ଲୀ: ଫେବୃଆରୀରେ ଦେଶରେ ଲଞ୍ଚ ହୋଇଥିବା ସ୍ମାର୍ଟଫୋନର ନୂତନ ସଂସ୍କରଣ ଭାବରେ Galaxy A12କୁ ଲଞ୍ଚ କରିଛି ସ୍ମାର୍ଟଫୋନ କମ୍ପାନୀ Samsung । ଏହି ନୂଆ ସଂସ୍କରଣ ଏବଂ ଫେବୃଆରୀରେ ଲଞ୍ଚ ହୋଇଥିବା ଫୋନ ମଧ୍ୟରେ କେବଳ ପ୍ରୋସେସରରେ ଫରକ ଦେଖିବାକୁ ମିଳିବ । ଏହି ନୂତନ ମଡେଲରେ ସାମସଙ୍ଗ ଏହାର Exynos ପ୍ରୋସେସର ବ୍ୟବାହାର କରିଛି । ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହ ପ୍ରଥମରେ ଋଷରେ ଏହି ଫୋନକୁ Samsung Galaxy A12 Nacho ନାମରେ ଲଞ୍ଚ କରାଯାଇଥିଲା। ଫୋନରେ କ୍ୱାଡ୍ ରିୟର କ୍ୟାମେରା ସେଟଅପ୍ ଏବଂ ସେଲଫି କ୍ୟାମେରା ପାଇଁ ଡିସପ୍ଲେ ନଚ୍ ଅଛି  ।

Galaxy A12ର ଫିଚର୍ସ

Galaxy A12 One UI Core ସହିତ Android 11 ଦ୍ୱାରା ପରିଚାଳିତ । ଏଥିରେ 6.5 inchର HD+ ଡିସପ୍ଲେ ରହିଛି । ଏହି ଫୋନଟି Octa Core Exynos 850 SoC ଦ୍ୱାରା ଚାଳିତ, ଏହା ସହ ଫୋନର ଷ୍ଟୋରେଜକୁ ମେମୋରୀ କାର୍ଡ ସାହାଯ୍ୟରେ 1TB ପର୍ଯ୍ୟନ୍ତ ବଢ଼ାଯାଇପାରିବ । ଫଟୋ ଏବଂ ଭିଡିଓ ପାଇଁ, ଫୋନ୍ ରେ କ୍ୱାଡ୍ ରିୟର କ୍ୟାମେରା ସେଟଅପ୍ ରହିଛି । ଯେଉଁଥିରେ ସହ 48 MPର ପ୍ରାଇମେରୀ କ୍ୟାମେରା, 5MPର Ultrawide କ୍ୟାମେରା, 2 MPର Depth Sensor ଏବଂ 2 MPର Macro Sensor  ରହିଛି । ସେଲଫି ପାଇଁ Samsung Galaxy A12 ରେ 8 MPର ଫ୍ରଣ୍ଟ କ୍ୟାମେରା ରହିଛି ।

କନେକ୍ଟିଭିଟି ବିଷୟରେ କହିଲେ 4G ସହ, WI-FI, Bluetooth v5.0, GPS/ A-GPS, USB Type-c, 3.5 MM Jack ରହିଛି  । ଫୋନରେ 5000 mAh ବ୍ୟାଟେରୀ ରହିଛି, ଏହା ସହ 15Wର ଫାଷ୍ଟ ଚାର୍ଜିଂର ମଧ୍ୟ ସୁବିଧା ରହିଛି ।

ଭାରତରେ Samsung Galaxy A12 ମୂଲ୍ୟ

Samsung Galaxy A12ର 4 GB + 64 GB ଷ୍ଟୋରେଜ୍ ମଡେଲର ମୂଲ୍ୟ ୧୩,୯୯୯ ଟଙ୍କା ଏବଂ 6 GB+128 GB ମଡେଲ ପାଇଁ ୧୬,୪୯୯ ଟଙ୍କା ରହିଛି। ଏହି ଫୋନ କଳା, ନୀଳ ଏବଂ ଧଳା ରଙ୍ଗରେ ଉପଲବ୍ଧ ।

ପୂର୍ବରୁ ଫେବୃଆରୀରେ ମିଡିଆଟେକ ହେଲିଓ P35 ସହିତ Samsung Galaxy A12 ଚଳିତ ବର୍ଷ ଫେବୃଆରୀରେ ଲଞ୍ଚ ହୋଇଥିଲା । ଯାହାର 4 GB + 64 GB ଷ୍ଟୋରେଜ୍ ମଡେଲ ପାଇଁ ୧୩,୯୯୯ ଟଙ୍କା ଏବଂ 4 GB + 128 GB ମଡେଲ ପାଇଁ ୧୪,୯୯୯ ଟଙ୍କା ରହିଥିଲା । ସେଥିରେ ମଧ୍ୟ ସମାନ କଲର ଅପ୍ସନ ରହିଥିଲା ।

Get real time updates directly on you device, subscribe now.