fbpx

ଜାଣନ୍ତୁ କ’ଣ ହେଉଛି ହାଇସିକ୍ୟୁରିଟି ନମ୍ବର ପ୍ଲେଟର ବିଶେଷତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସବୁ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବିନା ରାସ୍ତାରେ ଗାଡ଼ି ଚଳାଇଲେ ଚାଳକଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ । ୨୦୧୯ ମସିହା ଠାରୁ ପଞ୍ଜୀକୃତ ସମସ୍ତ ଗାଡିରେ ଏହି ନମ୍ବର ପ୍ଲେଟ୍ ବ୍ୟବହୃତ ହେଉଥିବା ବେଳେ ଏହା ପୂର୍ବରୁ ପଞ୍ଜିକୃତ ଗାଡି ଗୁଡିକରେ ଏବେବି ପୁରୁୁଣା ନମ୍ବର ପ୍ଲେଟ୍ ରହିଛି ।

କିନ୍ତୁ ଏବେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗାଡ଼ିରେ ନୂଆ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବାକୁ ପରିବହନ କର୍ତ୍ତୃପକ୍ଷ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ତେବେ କ’ଣ ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଏବଂ ଏହାକୁ ଲଗାଇବା କ’ଣ ପାଇଁ ଜରୁରୀ ଆସନ୍ତୁ ଜାଣିବା ।

– ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଆଲୁମିନିୟମରେ ତିଆରି ଏକ ବିଶେଷ ନମ୍ବର ପ୍ଲେଟ୍ । ଏହାକୁ ଦୁଇଟି ନନ୍ ରିୟୁଜେବୁଲ ଲକ୍ ଦ୍ୱାରା ଫିକ୍ସ କରାଯାଏ । ଏଥିରେ ଅଶୋକ ଚକ୍ରର ଏକ କ୍ରୋମିୟମ ହୋଲାଗ୍ରାମ ରହିଥାଏ ।  ଏହାଦ୍ୱାରା ନମ୍ବର ପ୍ଲେଟ ଡୁପ୍ଲିକେଟ କରାଯାଇପାରିବ ନାହିଁ । ଏଥିରେ ୧୦ ଡିଜିଟର କୋଡ୍ ନମ୍ବର ରହିଥାଏ ଏବଂ ଏହାକୁ ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ସହ ଲିଙ୍କ୍ କରାଯାଇଥାଏ ।

– ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ଦ୍ୱାରା ପୁରୁଣା ଗାଡ଼ିର ନମ୍ବର ପ୍ଲେଟକୁ ବଦଳାଇବା ସହଜ ହେବନାହିଁ ଯାହାଦ୍ୱାର ଗାଡ଼ି ନମ୍ବରର ଦୁରୂପଯୋଗ କରାଯାଇପାରିବନି । କାରଣ ଏହି ନମ୍ବରପ୍ଲେଟକୁ ଏଭଳି ଲକ୍ ସାହଯ୍ୟରେ ଲଗାଯାଇଥାଏ ଯାହାକୁ ନଷ୍ଟ ହେଲେ ସହଜରେ ଲଗାଯାଇପାରିବ ନାହିଁ ।

– ଏହି ନମ୍ବର ପ୍ଲେଟରେ କିଛି ତଥ୍ୟ ଥାଏ ଯେମିତିକି ଗାଡ଼ିର ଇଞ୍ଜିନ ନମ୍ବର ଏବଂ ଚେସିସ୍ ନମ୍ବର । ଏହି ତଥ୍ୟ କୌଣସି ଚୋରି ହୋଇଯାଇଥିବା କାରକୁ ଖୋଜିବାରେ ସହାୟକ ହୋଇଥାଏ । ଡାଟା ଏବଂ ନମ୍ବର ପ୍ଲେଟରେ ଥିବା ୧୦ ଡିଜିଟ୍ କୋଡ୍ ଦ୍ୱାରା ଚୋରି ଗାଡ଼ିକୁ ଚିହ୍ନିବାରେ ସହାୟକ ହୋଇଥାଏ । ତେବେ ଏହି ନମ୍ବର ପ୍ଲେଟକୁ ଆପଣ ସରକାରୀ ପୋର୍ଟାଲ କିମ୍ବା ଆରଟିଓ କିମ୍ବା ପଞ୍ଜୀକୃତ ଡିଲରଙ୍କ ଠାରୁ କିଣିପାରିବେ ।

Get real time updates directly on you device, subscribe now.