କ୍ଷୀରର ଉପକାରିତା : ରାତିରେ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ, ଗଣ୍ଠି ଯନ୍ତ୍ରଣାରୁ ପାଇବେ ମୁକ୍ତି

ଭୁବନେଶ୍ୱର : ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନେ ବିଭିନ୍ନ ପଦ୍ଧତି ଆପଣାଇ ଥାନ୍ତି ।  ଏଥିପାଇଁ ପ୍ରତିଦିନ ଏପରି ଖାଦ୍ୟ ଗ୍ରହଣ କରନ୍ତୁ ଯାହା ପୁଷ୍ଟିକର ଖାଦ୍ୟରେ ପରିପୂର୍ଣ୍ଣ ହୋଇଥିବ । ହଁ, ଯଦି ଆପଣ ନିଜ ଖାଦ୍ୟରେ ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଜିନିଷ ଅନ୍ତର୍ଭୁକ୍ତ କରନ୍ତି ତେବେ ଆପଣ ସୁସ୍ଥ ରହିବେ ସତ, କିନ୍ତୁ ଜୀବନଶୈଳୀରେ ଛୋଟ ପରିବର୍ତ୍ତନ କରି ଆପଣ ନିଜ ସ୍ୱାସ୍ଥ୍ୟର ଉନ୍ନତି କରିପାରିବେ ଏବଂ ଫିଟ୍ ରହିପାରିବେ । କ୍ଷୀର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଆପଣଙ୍କ ଶରୀରର ଥକ୍କାପଣ ଦୂର କରିବାରେ ସାହାଯ୍ୟ କରେ । କିନ୍ତୁ ଆପଣ କେବେ ଘିଅ ମିଶାଇ କ୍ଷୀର ପିଇଛନ୍ତି କି ? ଯଦି ଆପଣ କ୍ଷୀରରେ ଘିଅ ମିଶାଇ ଏହାକୁ ପିଅନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ।

ଆସନ୍ତୁ ଜାଣିବା କ୍ଷୀରରେ ଘିଅ ମିଶାଇ ପିଇବାର ଲାଭ କ’ଣ?

ହଜମ ପ୍ରକ୍ରିୟାରେ ଉନ୍ନତି : କ୍ଷୀରରେ ଏକ ଚାମଚ ଘିଅ ମିଶାଇ ପିଇଲେ ହଜମ ପ୍ରକ୍ରିୟା ଶକ୍ତିଶାଳୀ ହୋଇଥାଏ । ଏହାକୁ ପିଇବା ଦ୍ୱାରା ଆପଣଙ୍କ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ । ଯଦି ଆପଣଙ୍କର କୋଷ୍ଠକାଠିନ୍ୟର ସମସ୍ୟା ଅଛି, ତେବେ ଆପଣ ଶୋଇବା ପୂର୍ବରୁ ପ୍ରତିଦିନ ରାତିରେ କ୍ଷୀରରେ ଘିଅ ମିଶାଇ ପିଇବା ଉଚିତ୍ । ଏହା କରିବା ଦ୍ୱାରା ଅମ୍ଳତା ଦୂର ହୋଇଥାଏ ।

ଶକ୍ତି ବୃଦ୍ଧି : କ୍ଷୀରରେ ଦେଶୀ ଘିଅ ମିଶାଇ ପିଇବା ଦ୍ୱାରା ଶାରୀରିକ ଶକ୍ତି ବୃଦ୍ଧି ପାଇଥାଏ । ତେଣୁ, ଏହାକୁ ପିଇବା ଦ୍ୱାରା, ଆପଣଙ୍କ ଶରୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶକ୍ତି ପରିପୂର୍ଣ୍ଣ ହୋଇରହିବ । ଏହା ବ୍ୟତୀତ ଏହା ମାଂସପେଶୀକୁ ମଧ୍ୟ ମଜବୁତ କରିଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି : କ୍ଷୀରରେ ଘିଅ ମିଶାଇ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଶକ୍ତିଶାଳୀ ହୋଇଯାଏ ଓ ଏହା ଅନ୍ତନଳୀ ପାଇଁ ମଧ୍ୟ ଲାଭଦାୟକ ଅଟେ । ଯଦି ଆପଣ ଏହାକୁ ପ୍ରତିଦିନ ଖାଆନ୍ତି, ଏହା ପେଟର ଉତ୍ତେଜନାକୁ ଦୂର କରିଥାଏ ।

ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି : କ୍ଷୀରରେ ଘିଅ ମିଶାଇ ପିଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବେ । ପ୍ରତିଦିନ କ୍ଷୀର ସହିତ ଦେଶୀ ଘିଅ ମିଶାଇ ପିଇବା ଉଚିତ୍ । ଘିରେ ଓମେଗା ୩ ଥାଏ, ଯାହା ଆପଣଙ୍କ ହାଡକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରେ ।