fbpx

ଟିଏମସିକୁ ଫେରିବାକୁ ଚାହୁଁଛନ୍ତି ସୋନାଲି ଗୁହା: କହିଲେ “ମୁଁ ଦିଦି ବିନା ବଞ୍ଚି ପାରିବି ନାହିଁ”

Advertisement

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ସୋନାଲି ଗୁହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଦଳ ଛାଡିଥିବାରୁ କ୍ଷମା ମାଗିବା ସହ ତାଙ୍କୁ ଦଳରେ ଯୋଗଦେବାକୁ ଅନୁରୋଧ କରିଥିଲେ। ଏହି ଚିଠିକୁ ଗୁହା ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଚିଠିରେ ଭାବପ୍ରବଣ ହୋଇ ଦଳ ଛାଡ଼ିଥିଲେ ବୋଲି ଗୁହା କହିଛନ୍ତି।

ସେ କହିଛନ୍ତି, “ମୁଁ ଭଙ୍ଗା ହୃଦୟରେ ଏହି ଚିଠି ଲେଖୁଛି, ମୁଁ ଭାବପ୍ରବଣ ହୋଇ ଅନ୍ୟ ଦଳରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲି ହେଲେ ମୁଁ ସେଠାରେ ଆରାମ ଅନୁଭବ କରିପାରିଲି ନାହିଁ।” ସେ କହିଥିଲେ, “ଯେପରି ମାଛ ପାଣି ବାହାରେ ବଞ୍ଚିପାରିବ ନାହିଁ, ସେହିଭଳି ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ ଦିଦି । ମୁଁ କ୍ଷମା ମାଗୁଛି ଏବଂ ଯଦି ତୁମେ ମୋତେ କ୍ଷମା ନକର, ମୁଁ ବଞ୍ଚି ପାରିବି ନାହିଁ ।”ଗୁହା ଆହୁରି କହିଛନ୍ତି, “ମୋତେ ଫେରି ଆସିବାକୁ ଦିଅ ଏବଂ ତୁମର ସ୍ନେହର ଛାୟା ତଳେ ଜୀବନ ବଞ୍ଚିବାର ସୁଯୋଗ ଦିଅ ।”

ଗୁହା ଚାରିଥର ବିଧାୟକ ରହିଆସିଛନ୍ତି ଏବଂ ଏକଦା ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ‘ଛାୟା’ ବୋଲି କୁହାଯାଉଥିଲା। ଏଥର ସେ ତୃଣମୂଳ କଂଗ୍ରେସରୁ ଟିକେଟ ପାଇନଥିଲେ, ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ।

Get real time updates directly on you device, subscribe now.