ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଜଣେ ସ୍କୁଟର ଆରୋହୀଙ୍କୁ 311 ଟି ଟ୍ରାଫିକ୍ ଉଲ୍ଲଂଘନ ପାଇଁ 1.6 ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିଛି । ଅଧିକାରୀଙ୍କ ଅନୁଯାୟୀ, ବେଙ୍ଗାଲୁରୁ ଟ୍ରାଫିକ୍ ପୋଲିସ ତାଙ୍କ ଗିଅରଲେସ୍ ସ୍କୁଟରକୁ ଜବତ କରିବା ପରେ ତାଙ୍କୁ ଜରିମାନା ଆଦାୟ କରଥିବା ଜଣାପଡିଛି ।
ରିପୋର୍ଟ ଅନୁଯାୟୀ, ଯେତେବେଳେ ଟ୍ରାଫିକ୍ ପୋଲିସ ଜରିମାନା ରସିଦ ସଂଗ୍ରହ କରିଥିଲେ ସେଗୁଡ଼ିକର ମୋଟ ଆକାର ପ୍ରାୟ 20 ମିଟର ଥିଲା । ସୋମବାର ଦିନ, ସିଟି ମାର୍କେଟ ଟ୍ରାଫିକ୍ ପୋଲିସ ସ୍କୁଟରଟିକୁ ଜବତ କରିଥିଲା ଏବଂ ଡ୍ରାଇଭରଙ୍କୁ ଏକ ନୋଟିସ ଜାରି କରି ତାଙ୍କର ବକେୟା ଜରିମାନା ଦେବାକୁ କହିଥିଲା ।
‘X’ ପ୍ଲାଟଫର୍ମରେ ସୂଚନା ସେୟାର କରି ଟ୍ରାଫିକ୍ ପୋଲିସ କହିଛି ଯେ ସ୍କୁଟର ମାଲିକଙ୍କୁ ଫେବୃଆରୀ 3 ତାରିଖରେ ଖୋଜାଯାଇଥିଲା ଏବଂ ସେହି ଦିନ ପୋଲିସ ତାଙ୍କ ଗାଡ଼ିକୁ ଜବତ କରିଥିଲା।
ଫେବୃଆରୀ ୪ ତାରିଖରେ, ଗାଡ଼ିର ମାଲିକ ୧,୬୧,୫୦୦ ଟଙ୍କା ଜରିମାନା ଦେବା ପରେ ହିଁ ଗାଡ଼ିଟିକୁ ଛାଡି ଦିଆଯାଇଥିଲା। ପୋଲିସ ଏହା ମଧ୍ୟ କହିଛି ଯେ ଗାଡି ମାଲିକଙ୍କୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।
ବେଙ୍ଗାଲୁରୁ ଟ୍ରାଫିକ୍ ପୋଲିସ କହିଛି ଯେ ଏହି କାର୍ଯ୍ୟାନୁଷ୍ଠାନ ଅନ୍ୟ ଡ୍ରାଇଭରମାନଙ୍କୁ ଟ୍ରାଫିକ୍ ନିୟମ ପାଳନ କରିବା ଏବଂ ଯେକୌଣସି ପ୍ରକାରର ଉଲ୍ଲଂଘନରୁ ଦୂରେଇ ରହିବା ପାଇଁ ଚେତାବନୀ ଦିଆଯାଇଛି ।