fbpx

ବିରାଟ କୋହଲିଙ୍କ ପବ୍ ଉପରେ ବେଙ୍ଗାଲୁରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଖୋଲାଥିଲା ପବ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ନେଇ ଆସିଛି ଏକ ବଡ଼ ଖବର । ବିରାଟ କୋହଲିଙ୍କର ମାଲିକାନାରେ ଥିବା ଏକ ପବ ଉପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବେଙ୍ଗାଲୁରୁର ଏମଜି ରୋଡ଼ରେ ରହିଥିବା କୋହଲିଙ୍କର ୱାନ୮ କମ୍ୟୁନ ପବ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିଥିଲା । ତେଣୁ ପୋଲିସ ଏହି ପବ୍ ସମେତ ଅନ୍ୟ ପବ୍ ଉପରେ ମଧ୍ୟ ଏଫଆଇଆର ଦାୟର କରାଯାଇଥିବା ଜଣାପଡ଼ିଛି ।

ଖବର ମୁତାବକ, ବେଙ୍ଗାଲୁରୁର ଏମଜି ରୋଡ଼ରେ ରହିଥିବା ୱାନ୮ କମ୍ୟୁନ ପବ୍ କ୍ରିକେଟର କୋହଲିଙ୍କ ମାଲିକାନାରେ ରହିଛି । ପରିଚାଳନା ସମୟ ପରେ ଉକ୍ତ ପବ୍ ଖୋଲା ରହିଥିବା ନେଇ ଅଭିଯୋଗ ଆସିଛି । ଏନେଇ ପୋଲିସ ପକ୍ଷରୁ ୱାନ୮ କମ୍ୟୁନ୍ ପବ୍ ସମେତ ଅନ୍ୟ ପବ୍ ବିରୋଧରେ ଏଫଆଇଆର ଦାୟର କରାଯାଇଛି । ଗତକାଲି ବିଳମ୍ବିତ ରାତି ୧.୩୦ ସୁଦ୍ଧା ୩-୪ଟି ପବ୍ ବୁକ୍ କରାଯାଇଥିଲା । ରାତିରେ ତେଜ୍ ମ୍ୟୁଜିକ ବଜାଇବା ନେଇ ଅଭିଯୋଗ ଆସିଥିବା ଡିସିପି ସେଣ୍ଟ୍ରାଲ ଏକ ବୟାନ ଦେଇଛନ୍ତି ।

ପବ୍ ରାତି ୧ଟା ପର୍ଯ୍ୟନ୍ତ ଖୋଲିବା ନେଇ ଡେଡଲାଇନ୍ ରହିଥିଲା । ମାତ୍ର ୱାନ୮ କମ୍ୟୁନ-ବେଙ୍ଗାଲୁରୁ ପବ୍ ଧାର୍ଯ୍ୟ ସମୟ ପରେ ବି ଖୋଲା ରହିଥିଲା । ଏନେି ରାତିକାଳୀନ ପାଟ୍ରୋଲିଂ କରୁଥିବା ସବଇନ୍ସପେକ୍ଟର ଏକ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ଟିମ୍ ରାତି ୧.୨୦ରେ ପହଞ୍ଚିଥିଲା । ସେ ସମୟରେ ଗ୍ରାହକଙ୍କୁ ସର୍ଭ କରାଯାଉଥିବା ସ୍ପଷ୍ଟ ହୋଇଥିଲା । ତା’ପରେ ପବ୍ ନାମରେ ଏଫଆଇଆର ଦାୟର ହୋଇଥିଲା । ସେହିପରି ନିୟମ ଅବମାନନା ଅଭିଯୋଗରେ ଅନ୍ୟ କିଛି ପବ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ୱାନ୮ କମ୍ୟୁନ ପବର ଶାଖା ଦିଲ୍ଲୀ, ମୁମ୍ବାଇ, ପୁଣେ, ଗୁରୁଗ୍ରାମ, କୋଲକାତା ଆଦି ବଡ଼ ବଡ଼ ସହରରେ ରହିଛି ।

Get real time updates directly on you device, subscribe now.