fbpx

ସୁଇସାଇଡ କଲା ଇଞ୍ଜିନିୟରିଂ ଛାତ୍ର, ଅବିଭାବକଙ୍କ ଅନୁପସ୍ଥିତିରେ ବାପାଙ୍କ ବନ୍ଧୁକରେ ନିଜକୁ ଫୁଟାଇଲା ଗୁଳି

Advertisement

ବେଙ୍ଗାଲୁରୁ: ସକାଳୁ ସକାଳୁ ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଇଞ୍ଜିନିୟର ଛାତ୍ର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି । କୁହାଯାଉଛି ଯେ, ଘରେ ତାଙ୍କ ବାପା ମାଆ ନଥିବା ସମୟରେ ସେ ଏଭଳି ନିଷ୍ପତ୍ତି ନେଇଛି । ଏହି ୧୯ ବର୍ଷୀୟ ବାଳକ ନିଜ ବାପାଙ୍କର ବନ୍ଧୁକରୁ ନିଜକୁ ଗୁଳି ଚଳାଇଛି । ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି ।

ବିଶୁ ଉଥପ୍ପା ଇଞ୍ଜିନିୟରିଂର ଫାର୍ଷ୍ଟ ଇୟର ଛାତ୍ର ଥିଲେ ଏବଂ ସେ ରାଜା ରାଜେଶ୍ୱରୀ ଇଞ୍ଜିନିୟରିଂ କଲେଜରେ ପଢୁଥିଲେ । ତଦନ୍ତରୁ ଜଣାପଡିଛି ଯେ, ବାଳକଟିର ମୃତ୍ୟୁ ବାମ ପଟ ଛାତିରେ ଡିଡିବିଏଲ ଅସ୍ତ୍ର ଦ୍ୱାରା ଚଳାଯାଇଥିବା ଗୁଳି କାରଣରୁ ହୋଇଛି । ପୋଲିସ କହିବାନୁସାରେ, ତାଙ୍କ ପିତା ନନ୍ଦୀ ଇନଫ୍ରାଷ୍ଟ୍ରକ୍‌ଚର କାରିଡୋର ଏଣ୍ଟରପ୍ରାଇଜେଜରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି । ତେଣୁ ତାଙ୍କ ବାପାଙ୍କ ପାଖେ ବନ୍ଧୁକ ରଖିବାର ଲାଇସେନ୍ସ ମଧ୍ୟ ଥିଲା ।

ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଏତେ କମ ବୟସରେ ସେ ବାଳକଟି ଏତେ ବଡ ନିଷ୍ପତ୍ତି କିପରି ନେଲା । ବାଳକର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

Get real time updates directly on you device, subscribe now.