(Video) ରାତି ଅଧରେ ଚଳନ୍ତା ଗାଡ଼ିରେ ଖଣ୍ଡା ବୁଲାଇ ଷ୍ଟଣ୍ଟ କରି ନାମନେଲେ ଯୁବକ, 5 ଜଣଙ୍କୁ ବାନ୍ଧିଲା ପୋଲିସ
ସାମ୍ନାକୁ ଆସିଲା ବିଚ୍ ରାସ୍ତାରେ ଖଣ୍ଡା ଧରି ଷ୍ଟଣ୍ଟ କରିବାର ଭିଡିଓ । 5 ଜଣଙ୍କୁ ଗିରଫ କଲା ବେଙ୍ଗାଲୁରୁ ପୋଲିସ ।
ନୂଆଦିଲ୍ଲୀ: ବର୍ତ୍ତମାନ ଷ୍ଟଣ୍ଟ ନିଶାରେ ଯୁବପିଢି। ଏହାରି ଭିତରେ ବେଙ୍ଗାଲୁରୁରୁ ସାମ୍ନାକୁ ଆସିଲା ଆଉ ଏକ ଭିଡିଓ । ବେଙ୍ଗାଲୁରୁର ଡିଜେ ହଲ୍ଲି ଏବଂ ରାମମୂର୍ତ୍ତି ନଗର ଅଞ୍ଚଳରେ ଖଣ୍ଡା ଧରି ଚଳନ୍ତା ବାଇକରେ ଷ୍ଟଣ୍ଟ କଲେ ଯୁବକ । ତେବେ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ନେଲା ପୋଲିସ । ବେଙ୍ଗାଲୁରୁ ପୋଲିସ 5ଜଣଙ୍କୁ ଗିରଫ କରିଛି ।
ଅଭିଯୁକ୍ତମାନେ ହେଲେ ନୟିମ, ଆରାଫତ, ସାହିଲ, ନାଞ୍ଜାମତ ଏବଂ ଆଦନାନ । ଖଣ୍ଡା ଧରି ବେପରୁଆ ବାଇକ୍ ଷ୍ଟଣ୍ଟ କରୁଥିବା ବେଳେ ସେମାନଙ୍କ ପଛରେ ଆସୁଥିବା ଜଣେ ଆରୋହୀ ଏହି ଭିଡିଓ କରିଥିଲେ । ଏହା ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା । ଏହାପରେ ବେଙ୍ଗାଲୁରୁ ପୋଲିସ ତୁରନ୍ତ ପଦକ୍ଷେପ ନେଇଥିଲା ।
ଏହି ଘଟଣାକୁ ନେଇ ରାଜନେତାମାନେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ବିଜେପି କର୍ଣ୍ଣାଟକର ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ୱରଙ୍କ ସହିତ ଆଲୋଚନା କରିଛନ୍ତି ।
ବିଜେପି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆହୁରି ଟାର୍ଗେଟ କରି ତାଙ୍କ “ମୋହବତ କି ଦୋକାନ” (ପ୍ରେମର ଦୋକାନ) ଅଭିଯାନକୁ ବ୍ୟଙ୍ଗାତ୍ମକ ଭାବରେ ଉଲ୍ଲେଖ କରିଛି । ଯଦି ଏହା ଜାରି ରହେ ତେବେ ଆମେ ଚୁପ୍ ରହିବୁ ନାହିଁ!” ବୋଲି ପୋଷ୍ଟରେ ଲେଖାଯାଇଛି ।
Calling all midnight photography enthusiasts & archaeologists! 📸🔎
Come, capture the majestic sword displays on Bengaluru’s streets by “misguided youths”! Meanwhile, archaeologists, dig deep—maybe, just maybe, you’ll unearth some traces of law & order in Karnataka! 🏛️⚖️
Dear… pic.twitter.com/YHW9DwLuMA
— BJP Karnataka (@BJP4Karnataka) February 20, 2025