ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ବିଗିଡିବା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। ତାଙ୍କର ପ୍ରୋଷ୍ଟେଟ ସର୍ଜରୀ ହୋଇଛି। ଅପରେସନ୍ ସଫଳ ହୋଇଛି ଏବଂ ପ୍ରୋଷ୍ଟେଟକୁ ବାହାର କରାଯାଇଛି।
ନେତାନ୍ୟାହୁ ଡାକ୍ତରଖାନାରେ ଥିବାବେଳେ ତାଙ୍କ ଘନିଷ୍ଠ ସହଯୋଗୀ ୟାରିଭ ଲେଭିନ୍, ଯିଏକି ତାଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ତଥା ନ୍ୟାୟ ମନ୍ତ୍ରୀ ଅଛନ୍ତି, ସେ ବର୍ତ୍ତମାନ କାର୍ଯ୍ୟ ବାହକ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ।
ଇସ୍ରାଏଲର ସରକାରୀ କାର୍ଯ୍ୟାଳୟ ଅନୁଯାୟୀ, ବୁଧବାର ଏକ ମୂତ୍ରନଳୀ ସଂକ୍ରମଣରେ ନେତାନ୍ୟାହୁ ଆକ୍ରାନ୍ତ ହୋଇଥିଲେ। ଯାହା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା।
75 ବର୍ଷୀୟ ନେତାନ୍ୟାହୁ ଦୁନିଆର ନେତାମାନଙ୍କ ମଧ୍ୟରେ ସର୍ବାଧିକ ବୟସର ଅଟନ୍ତି। ନେତାନ୍ୟାହୁଙ୍କ ବ୍ୟତୀତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ 82ବର୍ଷ, ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ 78ବର୍ଷ, ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ 79 ବର୍ଷ ଏବଂ ପୋପ ଫ୍ରାନ୍ସିସଙ୍କୁ 88 ବର୍ଷ।