ବ୍ରହ୍ମପୁରରେ ଦୁର୍ଦ୍ଦାନ୍ତ ଅପରାଧି ସୁନିଲ ନାହକକୁ ଏନକାଉଣ୍ଟର୍

ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲକୁ ପୁଲିସର ଏନକାଉଣ୍ଟର । ଏନକାଉଣ୍ଟର କଲା ବ୍ରହ୍ମପୁରର ଗୋଳନ୍ଥରା ଥାନା ପୋଲିସ ।

ବ୍ରହ୍ମପୁର: ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲକୁ ପୁଲିସର ଏନକାଉଣ୍ଟର । ଏନକାଉଣ୍ଟର କଲା ବ୍ରହ୍ମପୁରର ଗୋଳନ୍ଥରା ଥାନା ପୋଲିସ । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହାତ । ସୁନୀଲ ନିମଖଣ୍ଡି ଥାନା ଲୁଟ ଘଟଣାରେ ଥିଲା ସମ୍ପୃକ୍ତ । ଆହୁରୀ ଅନେକ ମାମଲାରେ ସମ୍ପୃକ୍ତ ଅଛି ସୁନୀଲ । ତେବେ ଆହତ ଅପରଧିକୁ ଏମକେସିଜିରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ପୀତାତଳି-ଚିକିଟି ରାସ୍ତାରେ ଗୋଳନ୍ଥରା ପୁଲିସ ଏନକାଉଣ୍ଟର କରିଥିଲା। ସୁନୀଲ ନାହକ ପୁଲିସ ଉପରକୁ ଆକ୍ରମଣ କରିବାରୁ ପୁଲିସ ଗୁଳି ଚଳାଇଥିଲା । ଫଳରେ ସୁନୀଲର ବାମ ଗୋଡରେ ଗୁଳି ବାଜିବାରୁ ଆହତ ହୋଇଥିଲା । ଏବଂ ସେସମୟରେ ତାକୁ କାବୁ କରିଥିଲା ପୋଲିସ।

ସୁନୀଲ ନାଁରେ ବିଭିନ୍ନ ଥାନାରେ ୨୦ଟି ମାମଲା ରହିଛି । ହତ୍ୟା, ରାହାଜାନି, ବୋମାମାଡ ଭଳି ବିଭିନ୍ନ ମାମଲା ସୁନୀଲ ନାଁରେ ରହିଛି।