fbpx

୪ଦିନ ପାଇଁ ବ୍ରହ୍ମପୁର ସଟ୍‌-ଡାଉନ

ବ୍ରହ୍ମପୁର,୨୫/୬(ଓଡିଶା ଭାସ୍କର): କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଜୁନ୍ ୨୭ରୁ ୩୦ ଯାଏ ୪ ଦିନ ପାଇଁ ବ୍ରହ୍ମପୁର ସଂପୂର୍ଣ୍ଣ ସଟ୍‌-ଡାଉନ ହୋଇଛି । କେବଳ କ୍ଷୀର ଓ ଜରୁରୀ ସ୍ବାସ୍ଥ୍ୟସେବା ପାଇଁ ନିୟମ କୋହଳ ହେବ। ସଟ୍‌-ଡାଉନରେ ଘରଘର ବୁଲି ଡାକ୍ତରୀ ଟିମ୍‌ ସ୍ବାସ୍ଥ୍ୟ ଯାଞ୍ଚ କରିବେ । ଏଥିପାଇଁ ୭୦ଟି ଟିମ୍‌ ଗଠନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହା ସହ କରୋନା ସଙ୍କଟ ସମୟରେ ସହଯୋଗ ପାଇଁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।

Get real time updates directly on you device, subscribe now.