fbpx

ଅଗଷ୍ଟ ୧୨ ଯାଏଁ ସମସ୍ତ ଟ୍ରେନ ବାତିଲ

ଦେଶରେ କୋରୋନା ସ୍ଥିତି ଦୃଷ୍ଟିରୁ ରେଳ ବୋର୍ଡ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦେଶବ୍ୟାପୀ ଅଗଷ୍ଟ ୧୨ ଯାଏ ବନ୍ଦ ରହିବ ସମୟ-ସାରଣୀଭୁକ୍ତ ଟ୍ରେନ୍‌ । ସମସ୍ତ ମେଲ୍‌, ଏକ୍ସପ୍ରେସ, ପାସେଞ୍ଜର ଓ ମେଟ୍ରୋ ଟ୍ରେନ୍‌ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହା ସହ ଜୁଲାଇ ୧ରୁ ଅଗଷ୍ଟ ୧୨ ଯାଏ ଯାତ୍ରୀଙ୍କ ଟିକେଟ ମଧ୍ୟ ବାତିଲ କରାଯିବ। ଭାରତୀୟ ରେଳବାଇ ନିୟମିତ ଟ୍ରେନ ପାଇଁ ଏପ୍ରିଲ ୧୪ ବା ଏହା ପୂର୍ବରୁ ବୁକ ହୋଇଥିବା ସମସ୍ତ ଟିକେଟ ବାତିଲ କରିବାକୁ ଘୋଷଣା କରିଛି । ଏଥିପାଇଁ ଯାତ୍ରୀଙ୍କୁ ଟିକେଟ ମୂଲ୍ୟ ଫେରସ୍ତ ଦିଆଯିବ ବୋଲି କୁହାଯାଇଛି।

Get real time updates directly on you device, subscribe now.