ନୂଆଦିଲ୍ଲୀ: ଲ୍ୟାପଟପ୍ ର ବ୍ୟବହାର ଅନେକ କାମରେ କରାଯାଇପାରେ । ଅଫିସ୍ କାମ ହେଉ କିମ୍ବା ପାଠ ପଢ଼ିବା ଭଳି ଅନେକ କାମରେ ବ୍ୟବହାର କରାଯାଇପାରିବ । ତେବେ ଏଠାରେ ଆପଣଙ୍କୁ ଏମିତି କିଛି ଲାପଟପ ବିଷୟରେ ସୂଚନା ମିଳିବ ଯାହା ଅଫିସ୍ ଏବଂ ଷ୍ଟଡି ପାଇଁ ଉପଯୁକ୍ତ ହେବ ଏବଂ ଏହାର ଦାମ୍ ୩୦ ହଜାର ମଧ୍ୟରେ ମଧ୍ୟ ରହିଛି ।
Lenovo Ideapad Slim 3:
Lenovo Ideapad Slim 3 ରେ ୫.୬ ଇଞ୍ଚ ଡିସପ୍ଲେ ଦେଖିବାକୁ ମିଳିବ । ଏହି ଲାପଟପରେ intel Cleron N ପ୍ରୋସେସର ସହ 4GB RAM ଏବଂ 256 GB SSD ଦିଆଯାଇଛି । ଏହା intel UHD 600 integrated Graphics ସହ ଦେଖିବାକୁ ମିଳିବ । ଏହା Windows 10 Home OS ଦ୍ୱାରା ପରିଚାଳିତ । ଏହାକୁ ଆପଣ ୩୦,୦୦୦ ମଧ୍ୟରେ କିଣିପାରିବେ ।
HP Chromebook 14:
HP Chromebook 14 ଏକ ଟଚ ସ୍କିନ ଲାପଟପ୍ ଅଟେ । ଏହା ଏଚଡି ରେଡି ଡିସପ୍ଲେ ସହ ଦେଖିବାକୁ ମିଳିବ । ଏଥିରେ intel celeron ପ୍ରୋସେସର ରହିଛି । ଏଥିରେ 4GB RAM ଏବଂ 64 GB HDD (ହାର୍ଡ ଡିସ୍କ) ଦିଆଯାଇଛି । ଏହା Chrome OS ଦ୍ୱାରା ପରିଚାଳିତ ଏବଂ ଗୁଗଲ ଆସିଷ୍ଟାଣ୍ଟ ସପୋର୍ଟ ରହିଛି । ୩୦ ହଜାର ମଧ୍ୟରେ ଏହା ଏକ ଭଲ ଟଚ ସ୍କିନ ଲାପଟପ ହୋଇପାରେ ।
Acer Extensa 15:
Acer Extensa 15 ଏକ ଲାଇଟ ଆଣ୍ଡ ଥିନ ଲାପଟପ୍ । ଏଥିରେ ୧୫.୬ ଇଞ୍ଚର ଡିସପ୍ଲେ ଦିଆଯାଇଛି, intel Pentuim Silver N3050 ପ୍ରୋସେସର ଦିଆଯାଇଛି । ଏଥିରେ 4GB RAM ଏବଂ 1 TB ହାର୍ଡ ଡିସ୍କ ସହ ଦେଖିବାକୁ ମିଳିବ । Windows 10 Home OS ଦ୍ୱାରା ଏହି ଲାପଟପ୍ ପରିଚାଳିତ ।
Asus Chromebook Celeron:
Asus Chromebook Celeron ରେ ୧୪ ଇଞ୍ଚର ସ୍କ୍ରିନ ଦିଆଯାଇଛି । ଏହା intel Celeron Dual core ପ୍ରୋସେସର ସହ ଦେଖିବାକୁ ମିଳିବ । ଏଥିରେ 4GB RAM ଏବଂ 64 GB ଷ୍ଟୋରେଜ ଦିଆଯାଇଛି । ଏଥିରେ intel Integrated HD 500 Graphics ରହିଛି ।
Asus Vivobook 14 2021:
Vivobook 14 2021ରେ ୧୪ ଇଞ୍ଚ ଫୁଲ ଏଚଡି ଡିସପ୍ଲ ରହିଛି । ଏହି ଲାପଟପରେ Pentium Silver N5030 ଚିପ ଦେଖିବାକୁ ମିଳିବ । ଏଥିରେ 4 GB RAM ଏବଂ 256 GB NVMe PCIe SSD ୨୫୬ ଦିଆଯାଇଛି । ଏଥିରେ ଇଣ୍ଟିଗ୍ରେଟେଡ intel UHD Graphics କାର୍ଡ ଦିଆଯାଇଛି । ଏହା Windows 10 ଦ୍ୱାରା ପରିଚାଳିତ ।