fbpx

ରାଶି ହିସାବରେ ବାନ୍ଧନ୍ତୁ ଏହି ରଙ୍ଗର ରାକ୍ଷୀ, ଚମକିଯିବ ଭାଇର ଭାଗ୍ୟ

ଭାଇ-ଭଉଣୀଙ୍କ ବନ୍ଧୁତ୍ୱକୁ ଆହୁରି ଦୃଢ଼ କରିଥାଏ ରାକ୍ଷୀ । ଆଉ କିଛି ଦିନ ପରେ ରାଖୀ ପୂର୍ଣ୍ଣିମା ଥିବା ବେଳେ ବଜାରରକୁ ଆସିସାରିଛି ବିଭିନ୍ନ ରଙ୍ଗ-ବେରଙ୍ଗର ରାକ୍ଷୀ । ଏହି ଦିନ ଭଉଣୀଟିଏ ତାର ଭାଇ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ । ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାକୁ ସଂକଳ୍ପ ନେଇଥାଏ । ରାଶି ହିସାବରେ ଭାଇଙ୍କୁ ରାକ୍ଷୀ ପିନ୍ଧାଇବା ଦ୍ୱାରା ଶୁଭ ପ୍ରମାଣିତ ହୋଇଥାଏ । ଚଳିତବର୍ଷ ଅଗଷ୍ଟ ୨୨ରେ ରାଖୀ ପୂର୍ଣ୍ଣିମା ପଡୁଥିବା ବେଳେ ଆସନ୍ତୁ ଜାଣିବା ଭାଇଙ୍କୁ କେଉଁ ରାକ୍ଷୀ ପିନ୍ଧାଇବା ଶୁଭ….

ମେଷ: ଯଦି ଭାଇର ରାଶିର ଚିହ୍ନ ମେଷ, ତେବେ ତାଙ୍କୁ ଲାଲ୍ ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ୱାରା ସେ ସର୍ବଦା ଶକ୍ତିଶାଳୀ ରହିବେ ଏବଂ ଜୀବନରେ ସମୃଦ୍ଧି ଲାଭ କରିବେ ।

ବୃଷ: ଏହି ରାଶିର ଲୋକଙ୍କୁ ଧଳା ରଙ୍ଗର ରାକ୍ଷୀ ବାନ୍ଧିବା ଅତ୍ୟନ୍ତ ଶୁଭ । ଏହା ସହିତ ସେମାନଙ୍କୁ କ୍ଷୀରରେ ପ୍ରସ୍ତୁତ ମିଠା ଖାଇବାକୁ ଦେଲେ ଭଲ ଫଳ ମିଳିବ ।

ମିଥୁନ: ଯଦି ତୁମର ଭାଇଙ୍କ ରାଶି ମିଥୁନ, ତେବେ ତାଙ୍କୁ ସବୁଜ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ । ଏହା ତାଙ୍କୁ ସମସ୍ତ ସଙ୍କଟରୁ ରକ୍ଷା କରିବ ।

କର୍କଟ: କର୍କଟ ରାଶିର ଲୋକଙ୍କୁ ଧଳା କିମ୍ବା ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ । ଏହା ସେମାନଙ୍କ ଜୀବନରେ ସୁଖ-ଶାନ୍ତି ଆଣିବ ।

ସିଂହ: ସିଂହ ରାଶିର ଲୋକଙ୍କୁ ଲାଲ୍ କିମ୍ବା ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ । ଉଭୟ ଲାଲ ଏବଂ ହଳଦିଆ ରଙ୍ଗ ଥିବା ରାକ୍ଷୀ ଏହି ରାଶିର ଲୋକଙ୍କ ପାଇଁ କିଣାଯାଇପାରିବ ।

କନ୍ୟା: ଏହି ରାଶି ଭାଇଙ୍କ ପାଇଁ କମଳା ରଙ୍ଗର ରାକ୍ଷୀ ସର୍ବୋତ୍ତମ । ଏହା ସେମାନଙ୍କ ଜୀବନରେ ସାହସ, ଉତ୍ସାହ ସୃଷ୍ଟି କରିବ ।

ତୁଳା: ତୁଳା ରାଶିର ଲୋକଙ୍କ ପାଇଁ ଧଳା ରଙ୍ଗର ରାକ୍ଷୀ ବାନ୍ଧିବା ଏବଂ ଧଳା ରଙ୍ଗର ମିଠା ଖାଇବାକୁ ଦେବା ଶୁଭ ।

ବିଛା: ଏହି ରାଶିର ଭାଇମାନଙ୍କ ହାତରେ ଲାଲ୍ କିମ୍ବା ଗୋଲାପୀ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ।

ଧନୁ : ଧନୁ ରାଶିର ଭାଇମାନଙ୍କୁ ହଳଦିଆ କିମ୍ବା ସୁବର୍ଣ୍ଣ ରଙ୍ଗର ରାକ୍ଷୀ ବାନ୍ଧିବା ସହ ହଳଦିଆ ରଙ୍ଗର ମିଠା ଖାଇବାକୁ ଦିଅ । ଏହା ଭାଇର ଧନ ବୃଦ୍ଧି କରିବ ।

ମକର: ଏହି ରାଶିର ଭାଇମାନଙ୍କୁ ନୀଳ ରଙ୍ଗର ରାକ୍ଷୀ ବାନ୍ଧିବା ଲାଭଦାୟକ ।

କୁମ୍ଭ: ଏହି ରାଶିର ଭାଇମାନଙ୍କ ପାଇଁ ସେମାନଙ୍କର ଭଉଣୀମାନେ ନୀଳ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ । ଏପରି କରିବା ଦ୍ୱାରା ସେମାନଙ୍କ ଜୀବନରେ ଶୁଭଫଳ ମିଳିବ ।

ମୀନ: ଏହି ରାଶିର ଭାଇମାନଙ୍କୁ ହଳଦିଆ କିମ୍ବା ସୁବର୍ଣ୍ଣ ରଙ୍ଗର ଏକ ସୁନ୍ଦର ରାକ୍ଷୀ ବାନ୍ଧିବା ଶୁଭ । ରାଖୀ ପୂର୍ଣ୍ଣିମା ଦିନ ଭଉଣୀମାନେ ଭାଇଙ୍କୁ ହଳଦିଆ ରଙ୍ଗର ମିଠା ଖୁଆନ୍ତୁ ।

Get real time updates directly on you device, subscribe now.