fbpx

ଭୁବନେଶ୍ୱରର ଟ୍ରାଫିକ ସମସ୍ୟା: ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ

ଭୁବନେଶ୍ୱର: ଭୁବନେଶ୍ୱରର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଗାଡ଼ି ମୋଟର ସଂଖ୍ୟା ରେ ମଧ୍ୟ ବୃଦ୍ଧି ଘଟୁଛି । ଏହା ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି । ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ୫-ଟି ସଚିବ ଭିକେ ପାଣ୍ଡିଆନ ଆଜି ବଡି ଭୋରରୁ ଶିଶୁ ଭବନ ଛକ , ରବି ଟକିଜ ଛକ, କଳ୍ପନା ଛକ, ବେହେରା ସାହି ଛକ, ରସୁଲଗଡ ଛକ, ଓ଼ ଆଇଗିଣିଆ ଛକ ଆଦି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ଓ ପ୍ରଶାସନ ଏବଂ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥା ରେ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ପରିଦର୍ଶନ ସମୟରେ ପୋଲିସ କମିଶନର ଏସ ପ୍ରିୟଦର୍ଶୀ, ପୂର୍ତ ସଚିବ ଭି ଭି ଯାଦବ,ବିଏମସି କମିଶନର କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାମୁତାବକ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦୁର୍ଘଟଣା ଏବଂ ଟ୍ରାଫିକ ସମସ୍ୟାରେ କିପରି ଉନ୍ନତି ଆସିପାରିବ ତାହା ଉପରେ ଆମ ମୁଖ୍ୟମନ୍ତ୍ରୀ ଅଧିକ ପ୍ରାଧ୍ୟାନ୍ୟ ଦେଉଛନ୍ତି । ଦୁର୍ଘଟଣାରେ ଯେଉଁ ଜୀବନ ଯାଉଛି ତାହା ଉପରେ ରୋକ ଲଗାଇବା ପାଇଁ ଏବଂ ଜନସାଧାରଣଙ୍କ ଜୀବନକୁ ସରସସୁନ୍ଦର କରିବା ପାଇଁ ସଦାସର୍ବଦା ତତ୍ପରତା ଦେଖାଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.