fbpx
BSKY SKY
BSKY SKY

ଗ୍ରାହକଙ୍କ ପାଇଁ ନୂଆ ଟୋଲ-ଫ୍ରି ନମ୍ବର ଜାରି କଲା ଭାରତାୟ ଷ୍ଟେଟ୍ ବ୍ୟାଙ୍କ(SBI): ଜାଣନ୍ତୁ କଣ ମିଳିବ ସୁବିଧା

BSKY

ନୂଆଦିଲ୍ଲୀ: ଗ୍ରାହକମାନେ ସହଜରେ ମନେ ରଖିବା ଭଳି ଗ୍ରାହକ ସେବା ଟୋଲ ଫ୍ରି ନମ୍ବର ଜାରି କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ଏହି ନମ୍ବରଟି ହେଉଛି ୧୮୦୦-୧୨୩୪ ଓ ୧୮୦୦-୨୧୦୦ । ଯାହାଫଳରେ ଏହି ବ୍ୟାଙ୍କର ଖାତା ଧାରକମାନେ ବିଭିନ୍ନ ପ୍ରକାର ବ୍ୟାଙ୍କିଙ୍ଗ ସେବା ଓ ଅଭିଯୋଗର ସମାଧାନ ଅତି ସହଜରେ ପାଇପାରିବେ ।

ଏହି ନୂତନ ଟୋଲ ଫ୍ରି ନମ୍ବର ମାଧ୍ୟମରେ କେଉଁ ସୁବିଧା ପାଇ ପାରିବେ ଗ୍ରାହକ:

ଗ୍ରାହକମାନେ ଏହି ଟୋଲ ଫ୍ରି ନମ୍ବରେ କଲ କରି ଆକାଉଣ୍ଟ ବାଲାନ୍ସ, ଶେଷ ୫ ଟ୍ରାଞ୍ଜାକ୍ସନ ବିବରଣୀ, ATM କାର୍ଡ ପିନ୍ ତିଆରି କରିବା , ATM କାର୍ଡ ମଗାଇବା , ନୂଆ ଚେକ୍ ବୁକ୍ ମଗାଇବା, ATM କାର୍ଡ ବନ୍ଦ କରିବା, ଚେକ ବୁକ୍ ପ୍ରେରଣ ସ୍ଥିତି ଯାଞ୍ଚ, TDS ଓ ଜମା ସୁଧର ସାର୍ଟିଫିକେଟ୍ ଇ-ମେଲ ମାଧ୍ୟମରେ ମଗାଇବା ଆଦି ଅନେକ ସୁବିଧା ପାଇ ପାରିବେ ।

ଭାରତର ସବୁଠାରୁ ବଡ ବ୍ୟାଙ୍କ ହେଉଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଯିଏକି ନିଜ ଗ୍ରାହାକମାନଙ୍କୁ ଉତ୍କୃଷ୍ଟ ଧରଣର ସେବା ଅତି ସହଜରେ ଯୋଗାଇ ଦେବାର ଲକ୍ଷ୍ୟ ନେଇ ଏହି ଟୋଲ ଫ୍ରି ନମ୍ବର ଜାରି କରିଛି । ଏହି ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରି ଗ୍ରାହକମାନେ ଅତି ସହଜରେ ବ୍ୟାଙ୍କ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ସେବା ଓ ସମସ୍ୟାର ସମାଧାନର ସୁବିଧା ପାଇପାରିବେ । ଏହି ଟେଲ ଫ୍ରି ନମ୍ବର ମାଧ୍ୟମରେ ଗ୍ରାହକ ସେବା କେନ୍ଦ୍ରର IVR ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଅଭିଯୋଗର ଶୀଘ୍ର ସମାଧାନ ଉପରେ ଧ୍ୟାନ ଦେବେ । ତେବେ ନୂତନ ପ୍ରଯୁକ୍ତି ଓ କାର୍ଯ୍ୟଶୈଳୀ ମାଧ୍ୟମରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାହକ ସେବା ଯୋଗାଯୋଗକୁ ବିଶ୍ୱରେ ସର୍ବୋତ୍ତମ କରାଯିବାକୁ ଲକ୍ଷ ରଖାଯାଇଛି ।

Get real time updates directly on you device, subscribe now.