fbpx

(Video) ରାସ୍ତାରେ ଥିବା ଖାଲ ପାଣିରେ ଭର୍ତ୍ତି: ବାଲଟି ନେଇ ଗାଧୋଇବା ସହ ତପସ୍ୟା କଲେ ବ୍ୟକ୍ତି, ଆଉ ତା” ପରେ…

ନୂଆଦିଲ୍ଲୀ: ରାସ୍ତାରେ ଗାତ ଯୋଗୁଁ ବଢ଼ୁଥିବା ବିପଦ ପ୍ରତି ଅଧିକାରୀଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ କେରଳର ଜଣେ ବ୍ୟକ୍ତି ନିଆରା ବିରୋଧ ପ୍ରଦର୍ଶନ କରିଛନ୍ତି । ଅନଲାଇନରେ ପୁରା ପ୍ରଦର୍ଶନର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବାଲ୍ଟି, ମଗ୍, ସାବୁନ କ୍ୱାଥ୍ ଟାୱେଲ ନେଇ ବ୍ୟକ୍ତିଜଣକ ବର୍ଷା ପାଣିରେ ଭର୍ତ୍ତି ଖାଲରେ ଗାଧୋଇବାକୁ ଲାଗିଥିଲେ । ରାସ୍ତାରେ ଥିବା ମଇଳା ପାଣିରେ ସେ ନିଜ ପୋଷାକ ଧୋଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସ୍ଥାନୀୟ ପ୍ରକାଶନ ଏହି ବ୍ୟକ୍ତିଙ୍କୁ ହାମଜା ପୋରାଲୀ ଭାବେ ଚିହ୍ନଟ କରିଛି । ରବିବାର ସକାଳେ କେରଳର ମାଲାପୁରମ୍ ଜିଲ୍ଲାରେ ଏହି ଘଟଣା ଘଟିଥିବା ଜଣାପଡିଛି ।

ଏହି କ୍ଲିପରେ ସ୍ଥାନୀୟ ବିଧାୟକ ୟୁଏ ଲତିିଫ ମଧ୍ୟ ପହଞ୍ଚି ହାମଜା ପୋରାଲୀଙ୍କୁ ବିରୋଧ ପ୍ରଦର୍ଶନ କରୁଥିବା ଦେଖିଥିଲେ । ବିଧାୟକଙ୍କ କାରରେ ପହଞ୍ଚିବା ପରେ ବ୍ୟକ୍ତି ଜଣକ ଖାଲରେ ଧ୍ୟାନ ଅବସ୍ଥାରେ ବସିଥିବାର ଦେଖିବାକୁ ମିଳିଛି । ସେ ପୁଣିଥରେ ବିଧାୟକଙ୍କ ସାମ୍ନାରେ ଯୋଗମୁଦ୍ରା କରିଥିଲେ ।

ତେବେ କେରଳର ଏକ ଖାଲରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବାର କିଛି ଦିନ ପରେ ଏହି ଭିଡିଓ ଅନଲାଇନରେ ସାମ୍ନାକୁ ଆସିଛି । ଏରନାକୁଲମ ଜିଲ୍ଲାର ନେଡୁମ୍ବାସେରି ଠାରେ ଜାତୀୟ ରାଜପଥରେ ଥିବା ଏକ ଖାଲ ଯୋଗୁଁ ୫୨ ବର୍ଷିୟ ସ୍କୁଟର ଆରୋହୀଙ୍କ ଉପରେ ଚଢ଼ିଯାଇଥିଲା ଟ୍ରକ୍, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.