fbpx

ପ୍ରେମର ଦାବିଠାରୁ ବଡ଼ ହେଉଛି ଛୁଆର ଭଲ ଭବିଷ୍ୟତ: ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଶିଶୁର ଭଲ ଭବିଷ୍ୟତର ସମ୍ଭାବନା ତାଙ୍କର ଦେଖାଶୁଣା କରୁଥିବା ମାତା-ପିତାଙ୍କ ପ୍ରେମ ଓ ସେଖାଶୁଣା କରୁଥିବା ଦାବିଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ । ଏହି ମନ୍ତବ୍ୟ ଦେଇ ବମ୍ବେ ହାଇକୋର୍ଟ ସାଢ଼େ ତିନି ବର୍ଷର ଶିଶୁକୁ ତାଙ୍କର ଦେଖାଶୁଣା ଓ ଦାୟିତ୍ୱ ଆମେରିକାରେ ରହୁଥିବା ତାଙ୍କ ପିତାଙ୍କୁ ଦେଇଛନ୍ତି । ଜନ୍ମରୁ ଆମେରିକାର ନାଗରିକ ଶିଶୁଟିର ପ୍ରତ୍ୟାର୍ପଣ ପାଇଁ ତାଙ୍କ ପିତା ହାଇକୋର୍ଟରେ ଆବେଦନ କରିଥିଲେ ।

ଜଷ୍ଟିସ୍ ରେବତୀ ମୋହିତେ ଡେରେ ଏବଂ ଗୌରୀ ଗୋଡସେଙ୍କ ଏକ ବେଞ୍ଚ ୧୫ ଦିନ ମଧ୍ୟରେ ପୁଅକୁ ଅଲଗା ହୋଇଥିବା ସ୍ୱାମୀକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତ, ଯେକି ତାଙ୍କୁ ଆମେରିକା ନେଇଯିବେ । ମହିଳା ଜଣକ ନିଜ ପିଲା ସହିତ ଆମେରିକାରୁ ଭାରତ ଆସିଥିଲେ ଏବଂ ଏଠାରୁ ସେ ଫେରିଯିବାକୁ ଓ ପୁଅକୁ ତାଙ୍କ ପିତାଙ୍କୁ ଦେବାକୁ ମନା କରିଦେଇଥିଲେ । କୋର୍ଟ କହିଛନ୍ତି ଯେ, ଯଦି ମହିଳା ପିଲାଙ୍କ ସହ ରହିବାକୁ ଚାହାଁନ୍ତି, ତେବେ ତାଙ୍କୁ ଆମେରିକା ଯିବାକୁ ପଡିବ, ଯେଉଁଠାରେ ପିତାଙ୍କୁ ମା ଏବଂ ପୁଅଙ୍କ ପାଇଁ ରହିବା ଏବଂ ମାସିକ ଖର୍ଚ୍ଚର ବ୍ୟବସ୍ଥା କରିବାକୁ ପଡିବ ।

ବେଞ୍ଚ କହିଛି ଯେ, କୌଣସି ଶିଶୁଙ୍କୁ ହସ୍ତାନ୍ତର କରିବା ମାମଲା ତାଙ୍କର ଉତ୍ତମ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି । ପିଲାଟି ଜଣେ ଆମେରିକୀୟ ନାଗରିକ ହୋଇଥିବାରୁ ତାଙ୍କର ଉତ୍ତମ ସ୍ୱାର୍ଥ ତାଙ୍କ ଦେଶ ଆମେରିକାରେ ସୁରକ୍ଷିତ ରହିବ । ପିତାମାତାଙ୍କ ପ୍ରେମ ଏବଂ ଶିଶୁର ଭଲ ଯତ୍ନ ଦାବିଠାରୁ ଏହା ଏକ ବଡ଼ ସତ୍ୟ । ଯେକୌଣସି ଶିଶୁ ନିଜ ଦେଶରେ ରହି ନିଜର ମୌଳିକ ଅଧିକାର, ପରିଚୟ, ଆବଶ୍ୟକତା, ସାମାଜିକ ଶକ୍ତି, ଭାବନା ଏବଂ ବୌଦ୍ଧିକ ବିକାଶ ହାସଲ କରିପାରନ୍ତି ।

କୌଣସି ଅଭିଭାବକ ଦାବି କରିପାରିବେ ନାହିଁ ଯେ ସେ ନିଜ ପିଲାଙ୍କୁ ସର୍ବୋତ୍ତମ ଭବିଷ୍ୟତ ଦେଇପାରିବେ ଏବଂ ତାଙ୍କ ସ୍ୱାର୍ଥ ରକ୍ଷା କରିପାରିବେ । ଶିଶୁର ପିତାମାତା ୩୧ ମାର୍ଚ୍ଚ ୨୦୧୦ ରେ ମୁମ୍ବାଇରେ ବିବାହ କରିଥିଲେ । ଏହା ପରେ ସେ ଜୁନ୍ ୨୦୧୦ ରେ ଆମେରିକା ଯାଇଥିଲେ । ଅକ୍ଟୋବର ୨୦୨୦ ରେ ସେ ଆମେରିକାରେ ସ୍ଥାୟୀ ଆବସକ ପାଇଁ ଏକ ଗ୍ରୀନ୍ କାର୍ଡ ପାଇଥିଲେ । ପିଲାଟି ୨୫ ଡିସେମ୍ବର ୨୦୧୯ ରେ ଟେକ୍ସାସରେ ଜନ୍ମ ହୋଇଥିଲା ।

ଏକ ବର୍ଷ ପରେ ଡିସେମ୍ବର ୨୦୨୦ ରେ, ମହିଳା ପିଲାଟି ସହିତ ମୁମ୍ବାଇ ଆସିଥିଲେ ଏବଂ ଆମେରିକାରେ ରହୁଥିବା ସ୍ୱାମୀଙ୍କୁ ତାଙ୍କ ସହିତ ଯୋଗାଯୋଗ ନକରିବାକୁ କହିଥିଲେ । ଏହା ପରେ ବାପା ଶିଶୁକୁ ଅପହରଣ ଅଭିଯୋଗରେ ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ ।

Get real time updates directly on you device, subscribe now.