fbpx
BJD SKY
BJD SKY

ଏସିଆ କପ କ୍ରିକେଟ: ସୁପର ୪ ପରାଜୟ ସହିତ ପାକିସ୍ତାନ ବିଦା ଭାରତ-ଶ୍ରୀଲଙ୍କା ଟାଇଟଲ ଲଢ଼େଇ

BJD

କଳମ୍ବୋ: ଆସନ୍ତା ୧୭ ତାରିଖ ଦିନ ଫାଇନାଲରେ ଭାରତ- ଶ୍ରୀଲଙ୍କା ମୁକାବିଲା ହେବ । ଗୁରୁବାର ସ୍ଥାନୀୟ ଆର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଏସିଆ କପ ସୁପର ୪ ମ୍ୟାଚରେ ପାକିସ୍ତାନକୁ ୨ ୱିାକଟରେ ପରାସ୍ତ କରିଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୭ ୱିକେଟ ୨୫୨ ରନ କରିଥିବା ବେଳେ ଡକୱର୍ଥ ଲୁଇସ ମେଥଡ ଦ୍ୱାରା ଶ୍ରୀଲଙ୍କା ପାଇଁ ୪୨ ଓଭରରେ ୨୫୨ ରନ ବିଜୟ ଟାର୍ଗେଟ ଧାର୍ଯ୍ୟ କରା ଯାଇଥିବା ବେଳେ ୮ ୱିକେଟ ହରାଇ ଏହା ହାସଲ କରି ନେଇଥିଲା । ବର୍ଷା କାରଣରୁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ୫୦ ଓଭର ବିଶିଷ୍ଟ ମ୍ୟାଚ ୪୫ ଓଭରକୁ ହ୍ରାସ କରା ଯାଇଥିଲା ।

ଟସ୍ ଜିତିବା ପରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ପାକିସ୍ତାନ ଇନିଂସ ଚାଲିଥିବା ବେଳେ ପୁଣି ବର୍ଷା ହେବାରୁ ଓଭର ସଂଖ୍ୟା ୪୨କୁ କମାଇ ଦିଆ ଯାଇଥିଲା । ପାକିସ୍ତାନ ନିର୍ଦ୍ଧାରିତ ୪୨ ଓଭରରେ ୭ ୱିକେଟ ହରାଇ କରିଥିଲ ୨୫୨ ରନ । ଓପନର ଅବଦୁଲ ଶଫିକ ୫୨, ଫକର ଜମନ ୪, ବାବର ଆଜାମ ୨୯, ରିଜୱାନ୍ ୮୬,ମହମ୍ମଦ ହ୍ୟାରିସ ୩, ମହମ୍ମଦ ନୱାଜ ୧୨ ଓ ଇଫତିକାର ଅହମ୍ମଦ ୪୭ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ମଥିଶା ପଥିରାନା ସଫଳ ବୋଲର ଭାବେ ୩, ପ୍ରମୋଦ ବଦୁଶାନ ୨ ଓ ଦୁନିଥ ୱେଲାଗେ ଏବଂ ମହିଶା ଥିକଶାନା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ପଛରେ ବ୍ୟାଟିଂ କରି ଶ୍ରୀଲଙ୍କା ପ୍ରାରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲେ ହେଁ ଦୁଇ ଓପନର ପାଥୁମ ନିଶଙ୍କା ୨୯ ଓ କୁଶଳ ପେରେରା ୧୭ ରନ କରି ଆଉଟ ହୋଇଥିଲେ । ତେବେ ୱିକେଟ କିପର କୁଶଳ ମେଣ୍ଡିସ ଓ ସଦିରା ସମରବିକ୍ରମା ପାକିସ୍ତାନ ବୋଲରଙ୍କୁ ସଠିକ ମୁକାବିଲା କରି ଶ୍ରୀଲଙ୍କା ବିଜୟ ପାଇଁ ସୁଯୋଗ ସୃଷ୍ଟି କରିଥିଲେ । ମାତ୍ର କୁଶଳ ମେଣ୍ଡିସ ୮୭ ବଲରୁ ୯୧ ଓ ସଦିରା ସମରବିକ୍ରମା ୫୧ ବଲରୁ ୪୮ ରନ କରି ଆଉଟ ହେବା ପରେ ପାକିସ୍ତାନ ଶିବିରରେ ଉତ୍ସାହ ବାତାବରଣ ସୃଷ୍ଟି ହୋଇଥିଲା । ତେବେ ଚରୀଥ ଆଶଲାଙ୍କା ଅପରାଜିତ ୪୯ ରନ କରି ଶ୍ରୀଲଙ୍କାକୁ ବିଜୟୀ କରାଇ ଥିଲେ । ଶ୍ରୀଲଙ୍କା ମ୍ୟାଚର ଶେଷ ପର୍ଯ୍ୟାୟରେ ଲଗାତର ୱିକେଟ ହରାଇବା ଫଳରେ ପରାଜୟ ଆସଙ୍କା ଶୃଷ୍ଠି ହୋଇଥିଲ । ସୂଚନାଯୋଗ୍ୟ ଯେ ଗତଥର ଏସିଆ କପ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଶ୍ରୀଲଙ୍କା ଚାମ୍ପିଅନ ହୋଇଥିବା ବେଳେ ଚଳିତ ବର୍ଷ ସୁପର ୪ ମ୍ୟାଚରେ ସେହି ମ୍ୟାଚର ପୁନରାବୃତି ହୋଇଥିବା ବେଳେ ଏଥିରେ ଶ୍ରୀଲଙ୍କା ଜିତାପଟ ମାରି ନେଇଥିଲା ।

Get real time updates directly on you device, subscribe now.