fbpx

ସାବଧାନ୍! ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି Apps, ଖାଲି ହୋଇଯିବ ଆକାଉଣ୍ଟ: ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ଓ ନିଜର ସୁବିଧା ସେଥିରେ ବିଭିନ୍ନ ଫିଚର ଥିବା ଆପ୍ ଡାଉନଲୋଡ କରୁଛନ୍ତି । କିନ୍ତୁ ଥାର୍ଡ ପାର୍ଟି ଆପକୁ ବ୍ୟବହାର କରିବାକୁ ଡାଉନଲୋଡ କରିବା ଉଚିତ୍ ନୁହେଁ ବୋଲି କୁହାଯାଇଛି । ଏହା ସହ ଗୁଗୁଲ ପ୍ଲେ ଷ୍ଟୋରରୁ ସବୁବେଳେ ଆପ୍ ଡାଉନଲୋଡ କରିବା ଉଚିତ୍ । ତେବେ ଗୁଗୁଲ ପ୍ଲେ ଷ୍ଟୋରରେ ମଧ୍ୟ ଏପରି କିଛି ଆପ୍ ରହିଛି, ଯାହାକୁ ଡାଉନଲୋଡ ନକରିବା ଉଚିତ୍ । ନିକଟରେ ଆସିଥିବା ସୂଚନା ଅନୁସାରେ, ଏହିପରି ୩୫ ଆପର ନାଁ ସାମ୍ନାକୁ ଆସିଛି, ଯାହାଠାରୁ ଦୂରେଇ ରହିବା ଉଚିତ୍ । ତାହାକୁ ଭୁଲରେ ବି ମୋବାଇଲରେ ଡାଉନଲୋଡ କରନ୍ତୁ ନାହିଁ…

ନିକଟରେ ସାଇବର ସିକ୍ୟୁରିଟି ଟେକ୍ନୋଲୋଜି କମ୍ପାନୀ ବିଟଡେଫେଣ୍ଡର ରିପୋର୍ଟ କରିଛି ଯେ, ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ଦ୍ୱାରା ବ୍ୟବହୃତ ୩୫ ଟି ଲୋକପ୍ରିୟ ଆଣ୍ଡ୍ରଏଡ୍ ଆପରେ ବିପଜ୍ଜନକ ମାଲୱେୟାର ମିଳିଛି, ଯାହା ବ୍ୟବହାରକାରୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଏହି ସମସ୍ତ ଆପ୍ସକୁ ଫୋନରେ ରଖିବା ଉଚିତ୍ ନୁହେଁ ଏବଂ ଯଦି ଆପଣଙ୍କର ଫୋନରେ ଏହି ଆପ୍ସଗୁଡ଼ିକ ଅଛି ତେବେ ତୁରନ୍ତ ଡିଲିଟ୍ କରନ୍ତୁ ।

ଦେଖନ୍ତୁ ଆପ୍ ଲିଷ୍ଟ୍…

Walls light – Wallpapers Pack, Big Emoji – Keyboard, Grad, Wallpapers – 3D Backdrops, Engine Wallpapers – Live & 3D, Stock Wallpapers – 4K & HD, EffectMania – Photo Editor, Art Filter – Deep Photoeffect, Fast Emoji Keyboard, Create Sticker for Whatsapp, Math Solver – Camera Helper, Photopix Effects – Art Filter, Led Theme – Colorful Keyboard, Keyboard – Fun Emoji, Sticker, Smart Wifi, My GPS Location, Image Warp Camera, Art Girls, Wallpaper HD, Cat Simulator, Smart QR Creator, Colorize Old Photo, GPS Location Finder, Girls Art Wallpaper, Smart QR Scanner, GPS Location Maps, Volume Control, Secret Horoscope, Smart GPS Location, Animated Sticker Master, Personality Charging Show, Sleep Sounds, QR Creator, Media Volume Slider, Secret Astrology, Colorize Photos , Phi 4K Wallpaper – Anime HD

Get real time updates directly on you device, subscribe now.