fbpx

(Video) ଆତ୍ମହତ୍ୟା ପାଇଁ ଡେଇଁପଡ଼ିଲେ ଯୁବତୀ: ଜୀବନ ବଞ୍ଚାଇବାକୁ ପାଣିରେ ଚାଲିଥିଲା ଏପରି ସଂଘର୍ଷ

ତାଳଚେର: ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ସମଲ ବ୍ୟାରେଜରୁ ଡେଇଁପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବତୀ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଆଜି ସକାଳ ପ୍ରାୟ ୬ ଟା ୪୫ ରେ ସମଲ ବ୍ୟାରେଜର ୨୪ ନମ୍ବର ଗେଟ୍ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପାଖରେ ଉପସ୍ଥିତ ଥିବା ଅଞ୍ଚଳବାସୀ ଏହା ଦେଖି ହଠାତ ବ୍ୟାରେଜ୍ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ବ୍ୟାରେଜ୍ କର୍ତ୍ତୃପକ୍ଷ ଖୋଲା ଥିବା ନିକଟସ୍ଥ ଗେଟ୍ ଗୁଡିକୁ ବନ୍ଦ କରିଥିଲେ ।

ସ୍ଥାନୀୟ କିଛି ଲୋକ ଗେଟ୍ ତଳକୁ ଯାଇ ଯୁବତୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବା ପରେ ଡଙ୍ଗା ସାହାଯ୍ୟରେ ତାଙ୍କୁ କୁଳରେ ପହଞ୍ଚାଇଥିଲେ । ଦୁଃଖ ଏବଂ ପରିତାପର ବିଷୟ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ହେଁ ବହୁ ବିଳମ୍ବରେ ଅର୍ଥାତ ଅଞ୍ଚଳବାସୀ ଯୁବତୀକୁ ଉଦ୍ଧାର କରିବା ପରେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ । ଯୁବତୀକୁ ଉଦ୍ଧାର କରିବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସାଳୟକୁ ପଠାଯାଇଥିଲା । ଆତ୍ମହତ୍ୟା ଉଦ୍ୟମ ପଛର ରହସ୍ୟ ତଦନ୍ତ ପରିସର ଭୁକ୍ତ ରହିଛି । ପାରିବାରିକ ଅଶାନ୍ତିରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଇଛି ।

Get real time updates directly on you device, subscribe now.