fbpx
BJD SKY
BJD SKY

ବାପା ଆପଣ ଦେଖିଥିବା ସ୍ୱପ୍ନକୁ ମୁଁ ପୂରା କରିବି…..

BJD

ନୂଆଦିଲ୍ଳୀ:ଆପଣ ଦେଖି ଥିବା ସବୁ ସ୍ୱପ୍ନକୁ ମୁଁ ପୂରା କରିବି । କିଛି ଏଭଳି କହି ଭାବୁକ ହୋଇ ଯାଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଜନ୍ମବାର୍ଷିକି ।ତେବେ ଆଜି ତାଙ୍କ ସମାଧି ତଳେ ପୁଷ୍ପମାଲ୍ୟ ପ୍ରଦାନ କରୁଥିବା ସମୟରେ ଭାବ ବିହୋଳ ହୋଇ ଯାଇଥିଲେ ରାହୁଲ । ଏହା ସହିତ ସେ ତାଙ୍କ ଟ୍ୱିଟର ପେଜରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଆଉ ଲେଖିଛନ୍ତି ଆପଣ ସବୁ ବେଳେ ମୋ ସହିତ ଅଛନ୍ତି । ଆଉ ଆପଣ ଦେଶ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ମୁଁ ପୂରା କରିବି ।
ସୂଚନା ମୁତାବକ ଆଜି ହେଉଛି ରାଜୀବ ଗାନ୍ଧୀଙ୍କର ୭୮ତମ ଜନ୍ମ ବାର୍ଷୀକି । ଆଜି ରାହୁଲଙ୍କ ସହିତ ପ୍ରିୟଙ୍କା ମଧ୍ୟ ପିତାଙ୍କୁ ଶ୍ରଦ୍ଧା ସୁମନ ଜଣାଇବା ପାଇଁ ବୀର ଭୂମି ଯାଇଁ ପହଞ୍ଚିଥିଲେ । ତେବେ ଆଜି ର ଏହି କାର୍ଯ୍ୟକ୍ରମରେ ସୋନିଆ ଉପସ୍ଥିତ ନଥିଲେ । ତାଙ୍କୁ କରୋନା ହୋଇଥିବାରୁ ସେ ବର୍ତ୍ତମାନ ପ୍ରୋଟୋକଲ ଅନୁସାରେ କ୍ୱାରେନଟାଇନରେ ରହିଛନ୍ତି ।

କେବଳ ଦେଶରେ ନୁହେଁ ବରଂ ରାଜ୍ୟ କଂଗ୍ରେସ ମଧ୍ୟ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ପିସିସି ସଭାପତି ଆଜିର ଏହି ପୂଣ୍ଣ୍ୟ ଦିବସ ଉପଲକ୍ଷେ କହିଛନ୍ତି ଭାରତରେ ଯଦି ଟେକ୍ନୋଲୋଜି ରେ ଡେଭଲ୍ପମେଣ୍ଟ ହୋଇଛି ସେ କେବଳ ତାଙ୍କ ପାଇଁ ସମ୍ଭବ ହୋଇଛି । ଆଜି ଯଦି ମହିଳା ମାନଙ୍କୁ ଭୋଟ ଦାନ ପାଇଁ ମଉକା ମିଳିଛି ସେଥିରେ ତାଙ୍କର ଅବଦାନ ବହୁତ । ଭାରତରେ ନବୋଦୟ ବିଦ୍ୟାଳୟ ନିର୍ମାଣ କରିବାରେ ରାଜୀବ ଗାନ୍ଧୀ ଙ୍କ ଅତୁଳନୀୟ ଅବଦାନ ରହିଛି ବୋଲି ପିସିସି ଶରତ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.