fbpx

କ’ଣ ଦେଖିଲା ଏ ଆଖି! ରୋଡ୍ ପାର ହେବା ପାଇଁ ଫୁଟ ଓଭରବ୍ରିଜ ଉପରେ ଚାଲିଲା ଅଟୋ, ଦେଖନ୍ତୁ ଭାଇରାଲ Video

ମୁମ୍ବାଇ: ମହାରାଷ୍ଟ୍ରରେ ଜଣେ ବ୍ୟକ୍ତି ବ୍ୟସ୍ତବହୁଳ ମୁମ୍ବାଇ-ଅହମ୍ମଦାବାଦ ହାଇୱେ ପାର ହେବା ପାଇଁ ଫୁଟ ଓଭରବ୍ରିଜ ଉପରେ ନିଜର ଅଟୋରିକ୍ସା ଚଳାଇଥିବା ଭିଡିଓ ଏବେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଡ୍ରାଇଭରକୁ ଧରିବାକୁ ଚେଷ୍ଟା କରୁଛି ପୋଲିସ । ଜଣେ ପ୍ରଶାସନିକ ଅଧିକାରୀ ଶୁକ୍ରବାର ଦିନ ସ୍ଥାନୀୟ ଗଣମାଧ୍ୟମ ସହିତ ଏହି ସୂଚନା ଦେଇଛନ୍ତି ।

ପୋଲିସ ଅଧିକାରୀ କହିଛନ୍ତି ଯେ, ଭିଡିଓ ଦେଖିବା ପରେ ଜଣାପଡିଛି କି ଏହି ଘଟଣା ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବିରାରୁ ସାମ୍ନାକୁ ଆସିଛି । ମାମଲା ପଞ୍ଜିକରଣ ପରେ ବର୍ତ୍ତମାନ ସେହି ଅଟୋ ଡ୍ରାଇଭରକୁ ଧରିବା ପାଇଁ ନିରନ୍ତର ଉଦ୍ୟମ ଚାଲିଛି । ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ, ଆମେ ଅଧିକ ସୂଚନା ପାଇଁ ଭାଇରାଲ ଭିଡିଓ ଯାଞ୍ଚ କରୁଛୁ ଯେଉଁଥିରେ ଡ୍ରାଇଭର ଫୁଟ୍ ଓଭରବ୍ରିଜରେ ଅଟୋରିକ୍ସା ଚଳାଇବା ପାଇଁ ରେମ୍ପ ବ୍ୟବହାର କରିଥିଲେ ।

ତେବେ ଅନେକ ଲୋକ ଏହି ଭାଇରାଲ୍ ଭିଡିଓକୁ ପସନ୍ଦ କରୁଥିବା ବେଳେ ଅନେକେ ଏହାକୁ ନାପସନ୍ଦ କରୁଛନ୍ତି  । ଲୋକମାନେ ଏଥିରେ ବିଭିନ୍ନ ପ୍ରତିକ୍ରିୟା ଦେଉଥିବାକୁ ମିଳିଛି ।  ଅନେକ ଏହାକୁ ଟ୍ରାଫିକ୍ ନିୟମର ବିପଜ୍ଜନକ ଉଲ୍ଲଂଘନର ଏକ ଉଦାହରଣ ଭାବରେ ବର୍ଣ୍ଣନା କରିଛନ୍ତି  ।

Get real time updates directly on you device, subscribe now.