(Video) ସାବଧାନ୍… ଆକାଉଣ୍ଟରୁ ସୁଭଦ୍ରା ଟଙ୍କା ଚୋରି ହୋଇଯିବ! ଏହି ଭୁଲ କଲେ ଖାଲି ହୋଇଯିବ ଆକାଉଣ୍ଟ

ଓଡ଼ିଶା ଭାସ୍କର: ଓଡ଼ିଶାର ପ୍ରାୟ ୬୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଟଙ୍କା ପାଇ ସାରିଛନ୍ତି । ଆଗକୁ ଆହୁରି ଅନେକ ମହିଳା ପର୍ଯ୍ୟାୟକ୍ରମେ ଏହି ଟଙ୍କା ପାଇପାରିବୋ କିନ୍ତୁ ଏହା ଭିତରେ ମହିଳାଙ୍କ ଏହି ସୁଭଦ୍ରା ଟଙ୍କା ଉପରେ ପଡ଼ିଛି ସାଇବର ଲୁଟେରାଙ୍କ ନଜର । ହିତାଧିକାରୀ ଟିକିଏ ଭୁଲ କଲେ ଆଖି ପିଛୁଳାକେ ଆକାଉଣ୍ଟରୁ ଉଡ଼ାଇ ନେବେ ହଜାର ହଜାର ଟଙ୍କା । ସୁଭଦ୍ରା ଟଙ୍କା ସହ ଆକାଉଣ୍ଟରେ ଥିବା ଅନ୍ୟ ଟଙ୍କା ମଧ୍ୟ ଗାଏବ କରି ନେବେ ଡିଜିଟାଲ ଲୁଟେରା । ତେଣୁ ସୁଭଦ୍ରା ଟଙ୍କା ପାଇଥିବା ସମସ୍ତ ମହିଳା ହିତାଧିକାରୀଙ୍କୁ ସାଇବର ଲୁଟେରାଙ୍କ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି ।

ଯେଉଁ ଆକାଉଣ୍ଟରେ ଟଙ୍କା ରଖୁଛନ୍ତି ବାରମ୍ବାର ଚେକ କରୁଥାନ୍ତୁ । ସକାଳ ହେଲା ମାତ୍ରେ ଆକାଉଣ୍ଟ ଖୋଲି ଦେଖନ୍ତୁ । ଆପଣଙ୍କ ଆକାଉଣ୍ଟ ଠିକ ଅଛି କି ନାହିଁ ନିଘା ରଖିଥାନ୍ତୁ । ଟିକେ ସନ୍ଦେହ ହେଲା ମାନେ ସାଇବର ଥାନା ସହ ଯୋଗାଯୋଗ କରନ୍ତି । ଏମିତ ନକଲେ ଟଙ୍କା ପଳେଇଥିବା ଜାଣି ନଥିବେ । କାରଣ ଏବେ ମାତିଛନ୍ତି ସୁଭଦ୍ରା ଲୁଟ କରୁଥିବା ଠକ । ଆଖି ପିଛୁଳାକେ ନେଇ ପଳାଉଛନ୍ତି ୫ ହଜାର ଟଙ୍କା । ଆପଣଙ୍କ ଆକାଉଣ୍ଟ ଆଉ କାହା ପାଖରେ ନାହିଁତ । ଯଦି ଆପଣଙ୍କ ଆକାଉଣ୍ଟ ଆଉ କାହାର ଅନଲାଇନ ପେମେଣ୍ଟ ସହ ଜଡ଼ିତ ରହିଥିବ ତେବେ ଆକାଉଣ୍ଟରୁ ଖାଲି ହୋଇଯିବ ସବୁ ଟଙ୍କା । ଆପଣ ତିଳେ ମାତ୍ର ବି ଜାଣ ପାରିବେ ନାହିଁ । ଯେମିତି ଏହି ମହିଳା ଜଣକ ଜାଣି ପାରି ନଥିଲେ । ଏକ ଲକ୍ଷରୁ ଅଧିକ ଟଙ୍କା ତାଙ୍କ ଆକାଉଣ୍ଟରୁ ଚୋରୀ ହୋଇଯାଇଛି ।

ଅପାଣ ବିଲକୁଲ ବି ଏମିତି କରନ୍ତୁ ନାହିଁ । ଯଦି ଆପଣ ଅନଲାଇନ ବିଷୟରେ କିଛି ଜାଣି ନାହାଁନ୍ତ । ଫୋନ ବ୍ୟବହାର କରୁ ନାହାଁନ୍ତି ତେବେ ଡିଜିଟାଲ ପେମେଣ୍ଟ ଆକାଉଣ୍ଟ ଖୋଲନ୍ତୁ ନାହିଁ । ଯଦି ଖୋଲୁଛନ୍ତି ତାହାଲେ ଘରର ଯଦି କେହି ଅନଲାଇନ ପେମେଣ୍ଟ ବିଷୟରେ ଅବଗତ ସେମାନଙ୍କୁ ଡାକି ପାଖରେ ବାସାଇ କରନ୍ତୁ । ଏମିତି ନକଲେ ଲୁଟେରା ମାନେ ଆପଣଙ୍କ ଠାରୁ ସବୁ ଡାଟା ନେଇଯିବେ ଫିଙ୍ଗର ପ୍ରିଣ୍ଟ ମଧ୍ୟ ନେଇଯିବେ । ଯାହା ପରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଚାଲିଥିବ । ଯାହାକୁ ଆପଣ ବିଲକୁଲ ବି ଜାଣିପାରିବେ ନାହିଁ । ଆଉ ଯେବେ ଜାଣିବେ ସେବେ ଆପଣ ଲକ୍ଷ ଲକ୍ଷ ଟଙ୍କା ହରାଇ ବଶିଥିବେ । ଯେମିତି ଏହି ମହିଳାଙ୍କ ସହ ହୋଇଛି । ପେମେଣ୍ଟ ବ୍ୟାଙ୍କରୁ ତାଙ୍କର ଏକ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଯାଇଛି । ସୁଭଦ୍ରା ଟଙ୍କା ଚେକ କରିବାକୁ ଆସିଲା ବେଳେ ଜାଣିପାରିଲେ ଏମିତି ହୋଇଛି ବୋଲି । ଯାହା ପରେ ସାଇବର ଥାନାକୁ ଆସିଛନ୍ତି ପୁରା ପରିବାର ।

Get real time updates directly on you device, subscribe now.