fbpx

ଚଳିତବର୍ଷ ରକ୍ଷା ବନ୍ଧନରେ ରହିଛି ଭଦ୍ରା କାଳ ଯୋଗ: ଜାଣନ୍ତୁ କେଉଁ ମୁହୂର୍ତ୍ତରେ ବାନ୍ଧିବେ ରାକ୍ଷୀ

ରାକ୍ଷୀ ପୂର୍ଣ୍ଣିମାକୁ ପ୍ରତ୍ୟେକ ହିନ୍ଦୁମାନେ ଧୁମ ଧାମରେ ପାଳନ କରନ୍ତି । ପ୍ରତି ବର୍ଷ ଏହି ପର୍ବକୁ ସମସ୍ତଙ୍କ ଘରେ ପାଳନ କରଯାଏ । ଏହି ଦିନ ଭଉଣୀ ତାର ଭାଇର ହାତରେ ରାକ୍ଷୀ ବାନ୍ଧିଥାଏ । ଏବଂ ତାହାର ଆୟୁଷ ବୃଦ୍ଧି ପାଇଁ କାମନା କରିଥାଏ । ଅନ୍ୟପଟେ ଭାଇ ଭଉଣୀକୁ ଉପହାର ଦେଇ ସବୁବେଳେ ତାହାର ରକ୍ଷା କରିବ ବୋଲି ସଙ୍କଳ୍ପ କରିଥାଏ । ହିନ୍ଦୁ ଧର୍ମ ଅନୁସାରେ ଭାଇ ଭଉଣୀର ପ୍ରେମସମ୍ପର୍କର ପ୍ରତୀକ ହେଉଛି ଏହି ପବିତ୍ର ପର୍ବ ରକ୍ଷାବନ୍ଧନ। ପ୍ରତିବର୍ଷ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥିରେ ପାଳନ କରଯାଏ ଏହି ପର୍ବ । ତେବେ ଚଳିତବର୍ଷ ରାକ୍ଷୀ ପୂର୍ଣ୍ଣିମା ୩୦ ଏବଂ ୩୧ ଅଗଷ୍ଟରେ ପାଳନ କରାଯିବ । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାକ୍ଷୀ ପୂର୍ଣ୍ଣିମାର ପର୍ବ ସବୁବେଳେ ଭଦ୍ରା କାଳରେ ପାଳନ ହୋଇଥାଏ । ଏହି ବର୍ଷ ଭଦ୍ରା ଛାୟା ରହୁଛି । ତେବେ ଏଭଳି ସ୍ଥିତିରେ ରାକ୍ଷୀ କେତେବେଳେ କେବେ ବନ୍ଧିବେ ଆସନ୍ତୁ ଜାଣିବା ।

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାକ୍ଷୀ ପୂର୍ଣ୍ଣିମା ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଏବଂ ଅପରାହ୍ନରେ ପାଳନ କରିବା ଶୁଭ ହୋଇଥାଏ । କିନ୍ତୁ ଏହି କଥାର ଧ୍ୟାନ ରଖିବା ମଧ୍ୟ ବହୁତ ଜରୁରୀ, କାରଣ ଏହି ସମୟରେ ଭଦ୍ରା କାଳ ନଥିବା ଆବଶ୍ୟକ । ଯଦି ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ପଡୁଛି, ତେବେ ସେହି ସମୟରେ ରାକ୍ଷୀ ବାନ୍ଧିବା ଅଶୁଭ ହୋଇଥାଏ । ହିନ୍ଦୁ ପାଞ୍ଜି ଗଣନା ଅନୁସାରେ ଚଳିତ ବର୍ଷ ଅଗଷ୍ଟ ୩୦ ତାରିଖରେ ଶ୍ରାବଣର ପୂର୍ଣ୍ଣିମା ତିଥି ସହିତ ଭଦ୍ରାକାଳ ମଧ୍ୟ ଆରମ୍ଭ ହୋଇଯାଉଛି । ୩୦ ଅଗଷ୍ଟ ରାତି ୯.୦୨ ମିନିଟ ପର୍ୟ୍ୟନ୍ତ ଏହି ଭଦ୍ରାକାଳ ରହିବ । ଶାସ୍ତ୍ର ଅନୁସାରେ ୩୦ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯିବ ନାହିଁ । ରାକ୍ଷୀ ସବୁବେଳେ ସଠିକ ସମୟ ଏବଂ ଠିକ ମୁହୂର୍ତ୍ତରେ ବାନ୍ଧିବା ଶୁଭ ହୋଇଥାଏ । ତେବେ ରାକ୍ଷୀ ବାନ୍ଧିବା ପାଇଁ ଶ୍ରାବଣର ମଧ୍ୟାହ୍ନ ସମୟ ସବୁଠାରୁ ଉଚିତ୍ ହୋଇଥାଏ ବା ଶୁଭ ବୋଲି କୁହାଯାଏ । କିନ୍ତୁ ଏହି ବର୍ଷ ଭଦ୍ରାକାଳ ରହୁଥିବାରୁ ଏହି ଦିନ ସାରା ଶୁଭ ସମୟ ନାହିଁ, ତେଣୁ ରାତି ୯.୦୨ ମିନିଟ ପରେ ଭାଈଙ୍କ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧି ପାରିବେ ।

ପୁରାଣ ଗ୍ରନ୍ଥ ମହାଭାରତ ଅନୁସାରେ, ଥରେ ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ଆଘାତ ଲାଗିଥିଲା । ଏହାପରେ ଦ୍ରୌପଦୀ ତାଙ୍କ ହାତରେ ନିଜ ପିନ୍ଧା ଶାଢୀ ଚିରି ବାନ୍ଧି ଦେଇଥିଲେ । ଦ୍ରୌପଦୀଙ୍କ ଏହି ସେବାରେ ଶ୍ରୀକୃଷ୍ଣ ଭାବ ବିହ୍ୱର ହୋଇ ଜୀବନ ସାରା ତାଙ୍କ ରକ୍ଷା କରିବେ ବୋଲି ବଚନ ଦେଇଥିଲେ । ସେବେଠାରୁ ଏହି ପରମ୍ପରାକୁ ରାକ୍ଷୀ ପୂର୍ଣ୍ଣିମା ରୂପରେ ପାଳନ କରାଯାଉଛି । ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଆଉ ଏକ ଐତିହାସିକ କଥା ମଧ୍ୟ ରହିଛି । ଚିତୋଡ୍ଡର ରାନୀ କର୍ଣ୍ଣବତୀ ରାଜା ହିମାୟୁଙ୍କୁ ରାକ୍ଷୀ ପଠାଇଥିଲେ ଏବଂ ନିଜ ରକ୍ଷା କରିବାକୁ କହିଥିଲେ । ହିମାୟୁ କର୍ଣ୍ଣବତୀଙ୍କ ସମ୍ମାନ ରକ୍ଷା କରି ଗୁଜୁରାଟର ରାଜାଙ୍କ ଠାରୁ ତାଙ୍କୁ ରକ୍ଷା କରିଥିଲେ । ତେବେ ଏହାପରେ ରାକ୍ଷୀ ପୂର୍ଣ୍ଣିମା ପର୍ବର ଆରମ୍ଭ ହୋଇଥିଲା ବୋଲି ମଧ୍ୟ ବିଶ୍ୱାସ କରାଯାଏ ।

Get real time updates directly on you device, subscribe now.